ମହାଦୀପ 🪔
🪔" ମହାଦୀପ " 🪔
ରଚନା : କୃଷ୍ଣ ମହାରଣା
ସଂଗ୍ରହ: ଆକାଶ
::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::::
ମାର୍ଚ୍ଚ ମାସ ଅଣତିରିଶ ତାରିଖ ସେ ଦିନ ଥାଏ ଜାଗର, ଦୀପ ଟିଏ ଜାଳିବା ପାଇଁ କାଳିଆ ଯାଇଥାଏ ଗାଁ ମୁଣ୍ଡରେ ଥିବା ଶିବ ମନ୍ଦିର, ବାପା ମାଆଙ୍କ ବିବାହର ଚାରି ବର୍ଷ ପରେ ଜଗନ୍ନାଥଙ୍କୁ କେତେ ଡାକି ଡାକି ପୁଅ ଟିଏ ଜନ୍ମ ହେଲା ସେଇ ଦିନଠୁ ବାପା ତା ନାଆ ଦେଲେ କାଳିଆ। ବାପା ହରିହର ରାଉତ, ସେ ଥିଲେ ମଧୁବାବୁ ହାଇସ୍କୁଲର ହେଡ ମାଷ୍ଟର, ରାଉତ ସାର୍ କହିଲେ ଗାଁ ସାରା ସଭିଏଁ ଜାଣନ୍ତି, ଖୁବ ସ୍ବାଭିମାନ ଓ ସଚ୍ଚୋଟ ଶ୍ରେଣୀର ଭଦ୍ର ଲୋକ ଜଣେ, ତାଙ୍କ ପାଖରେ କୌଣସି ଧନର ଅଭାବ ନଥାଏ ପ୍ରଚୁର ସମ୍ପତ୍ତି, ସେ ସମସ୍ତଙ୍କୁ ନିଜ ମିଠା ମିଠା କଥାରେ ମନ କିଣି ନିଅନ୍ତି,।।
ସରକାରୀ ଚାକିରି ତେଣୁ ପଇସା ର ଅଭାବ ନଥିଲା ଯେ ପର୍ଯ୍ୟନ୍ତ ରାଉତ ବାବୁଙ୍କ ହାତ କାଳିଆ ମୁଣ୍ଡ ଉପରେ ଥିଲା, ସେ ପର୍ଯ୍ୟନ୍ତ ପରିବାରଟି ଖୁବ ଖୁସିରେ ଥିଲେ।
ହଠାତ୍ ଅମବାସ୍ଯା ର ରାତି ଭଳି ସେ ଦିନ ସେ ଛାଇଟି କୁଆଡେ ଉଭେଇ ଗଲା କାଳିଆ ମୁଣ୍ଡରୁ ସବୁଦିନ ପାଇଁ। ରାଉତ ବାବୁଙ୍କ ଦେହ ଖରାପ, ସେବେଠୁ ଭାଗ୍ୟ ମଧ୍ୟ ତା ସହ ଖେଳ ଖେଳିବାକୁ ଲାଗିଲା, କିଛି ଦିନ ପରେ ରାଉତ ବାବୁ ନିଜ ସ୍ତ୍ରୀ କୁ ନିଜ ପୁଅ କାଳିଆ ହାତରେ ସମର୍ପି ଦେଇ, ସବୁଦିନ ପାଇଁ ଆଖି ବୁଜିଦେଲେ, ପରେ ଜଣା ପଡିଲା ବାପା ହାର୍ଟ ଷ୍ଟ୍ରୋକରେ ଚାଲିଗଲେ।
କାଳିଆ ବୟସରେ ଥିବା ପିଲା, ଏ ସମୟରେ ମୁକ୍ତ ଆକାଶରେ ବୁଲିବା ର ସମୟ, ଆଜି ସେ ପଞୁରୀ ଭିତରେ ଥିବା ଏକ ଚଢେଇ, ନିଜସ୍ୱ ଇଛା ଥିଲେ ମଧ୍ୟ ସେ ଯାଇ ପାରିବନି। ବାପା ଗଲା ପରଠୁ କାଳେ କାଳିଆ ବିଗିଡି ଯିବ କହି, ବୋଉ କାଳିଆକୁ ତା ପଣତ କାନିରେ ଥିବା ପ୍ରେମର ଶିକୁଳି ରେ ବାନ୍ଧି ଦେଇଛି। ଠିକ ସେତବେଳକୁ କାଳିଆର ସପ୍ତମ ଶ୍ରେଣୀ ର ବୋର୍ଡ ପରିକ୍ଷା ଚାଲୁଥାଏ, ଆଉ କି ପାଠ ପଢିବ ଭାବି ଅଧାରୁ ପାଠ ପଡା ଛାଡି ଦେଲା, ଉଚ୍ଚ ଶିକ୍ଷିତ ଘରର ପୁଅ ହେଇ ମଧ୍ୟ ସେ ଦିନଠୁ ସେ ହେଇଗଲା ଗଜ ମୁର୍ଖ........।
ମନେ ମନେ ଭାବୁ ଥାଏ କଣ ପାଇଁ ବାପା ଦୁଃଖର ପାହାଡଟିକୁ ସବୁଦିନ ପାଇଁ ଦେଇ ଚାଲିଗଲେ ମୋ ମୁଣ୍ଡ ଉପରେ, ଯେମିତି କୋଉ ଜନ୍ମରୁ ଅପେକ୍ଷା ରେ ଥାଏ ସେ ବୋଝକୁ ସମ୍ଭାଳିବା ପାଇଁ। ସେଇ ଦିନଠୁ କାଳିଆର ସମସ୍ତ ବହି ପତ୍ର ସବୁ ପର ହୋଇ, ଧୀରେ ଧୀରେ ଶତ୍ରୁ ପାଲଟି ଗଲେ କାଳିଆ ପାଇଁ। ଛୋଟ ପିଲା ପୁଣି ଘର ସମ୍ଭାଳିବାର ବୋଝ ତା ମୁଣ୍ଡ ଉପରେ, ବାପା ଯିବା ପରଠୁ ବୋଉ ଅହରହ ଗୋଟେ ଅଜଣା ରୋଗରେ ଘାଣ୍ଟି ଚକଟି ହେଉଥାଏ ବାସ ଏ ସବୁ ଦୁଃଖ ଦେଖି କାଳିଆର ଛାତି ଭିତରଟା ଖଇ ଭଳି ଫୁଟୁଥାଏ,
""""କିଏ ଯେମିତି ତତଲା ବାଲି ହାଣ୍ଡିରେ ଧାନ ମେଞ୍ଚା ପକେଇ ଚାଲି ଯାଇଛି"""""
ଏମିତି କିଛି ଦିନ ଗଲା ତା ସହ କିଛି ଦୁଃଖ ସବୁ ଲିଭିଗଲା, କାଳିଆ ଲୁହ ଦେଖି ବୋଉ ତା ହାତକୁ ଧରି ବାରମ୍ବାର କୁହେ ତୁ ଯମା ଚିନ୍ତା କରନି, ମୋର ସିନା ଦେହ ଖରାପ, କିନ୍ତୁ ମୋ ରାଣରେ ମୁଁ ଏତେ ଶିଘ୍ର ଯମ ପୁରକୁ ଜମା ଯିବିନି, ବାସ ବୋଉର ଏ ପଦିଏ କଥା ପବନାର ଶିରା ପ୍ରଶିରାରେ ଘୁରି ବୁଲୁଥାଏ। ବୋଉ ପ୍ରତି ତାର ଭାରି ଲୋଭ ବୋଉ ଉପରେ ତାର ଦୃଢ଼ ବିଶ୍ବାସ ଯେ ସେ କେବେ ଛାଡି ଯିବନି, ବୋଉ ତାର ରୋଗ ଶଯ୍ଯାରେ ଥାଏ, କିନ୍ତୁ ସେ ଦିନ କାଳିଆ ଦୀପ ଟିଏ ତା ବୋଉ ପାଇଁ ନୁହେଁ ତା ପ୍ରେମିକା ପୂଜା ପାଇଁ ଜାଳେଇବା ପାଇଁ ଯାଇଥାଏ।
ପୂଜା ସେ କାଳିଆର ପ୍ରେମିକା ଆର ସାହି ଅଜୀତ ସାମନ୍ତରାୟଙ୍କ ର ବଡ ଝିଅ ପୂଜା, ସେ ଦେଖିବାକୁ ବହୁତ ସୁନ୍ଦର କଳା ମୁଚ ମୁଚ ଲମ୍ବାଚୁଟି, ଓଠରେ ନାଲି ଲିପଷ୍ଟିକ ତା ତଳେ ଗୋଟେ କଳା ଜାଇ, ଆଉ ତା ସହ ହଳଦିଆ ରଙ୍ଗର ଡ୍ରେସ ଖୁବ ଭଲ ମାନେ ତାକୁ।.......
ଦୁହେଁ ଦିର୍ଘ ଚାରି ବର୍ଷ ହେବ ପ୍ରେମ ବନ୍ଧନରେ ବାନ୍ଧି ହୋଇ ଉଡୁ ବୁଲୁଥାନ୍ତି ଏ ଡାଳରୁ ସେ ଡାଳ, ସାହି ପଡିଶାର ଛି ଛାକରରେ ଗାଁ ସାରା ଫାଟୁ ଥାଏ କିନ୍ତୁ କାହାରିକୁ କିଛି ଫରକ ପଡେନି, ଫରକ କଣ ପାଇଁ ପଡିବ ଯେ ଦୁହିଁଙ୍କ ଭିତରେ ଅଜସ୍ର ପ୍ରେମ, ଦୁହେଁ ଥିଲେ ମୁକ୍ତ ଆକାଶର ପକ୍ଷୀ, କିଏ ଯେମିତି ଲୁହା ପଞୁରୀରୁ ଦୁହିଁଙ୍କୁ ସବୁଦିନ ପାଇଁ ଖୋଲା ଛାଡି ଦେଇଛି।
ବହୁତ ଭଲ ଥିଲା ସେ ଦିନ ଯେବେ ପୂଜା ମୁଠାଏ ପ୍ରେମ ନେଇ ବୋଳି ଦେଇ ଥିଲା କାଳିଆ ମନରେ। ଅନେକ ଥର କୁହେ ବିବାହ ପାଇଁ କିନ୍ତୁ ପୂଜା, ତୁମେ କିଛି କାମ କରୁନ, ଅମକ ସମକ ବାହାନା କରି ଧୂଳା ବାଲି ଭଳେ ଉଡିଯାଏ କାଳିଆ କଥା। ପୂଜାର ଅନିଚ୍ଛା ସ୍ବତ୍ତେ କାଳିଆ ତାକୁ ବାଧ୍ୟ କରୁଥାଏ।
ଏମିତି କିଛି ବର୍ଷର ସମ୍ପର୍କର ଭିତରେ ପୂଜାକୁ ଦେଖିବା ପାଇଁ ଅନେକ ପୁଅ ଆସି ଗଲେଣି, କୋଉଠି ସ୍ଥିର ହେଉନଥାଏ, ଥରେ ସମ୍ବଲପୁରରୁ ଆସିଥିବା ପ୍ରସ୍ତାବକୁ ସଭିଁଙ୍କର ଇଛା ଥାଏ ଶେଷରେ ସେଠି ସ୍ଥିର ହେଲା। ବାହାଘର ଠିକ ହେଇଛି କଥା ଶୁଣି ପୂଜାର ଛାତି ଭିତରଟା କୋରି ହେଉ ଯାଉଥାଏ। ହଠାତ ଦିନେ ପୂଜା ମେଞ୍ଚା ଲୁହ ସହ ଦେଖା ହେଲା କାଳିଆ ସହ, ପୂଜା ଆଖିର ଲୁହ ସବୁ ଭାରି ଭୟବିତ କରୁଥାଏ କାଳିଆକୁ, ଗୋଟା ପଣେ ଥରୁ ଥାଏ ତା ଶରୀର।
ପୂଜା କିଛି ସମୟ ନୀରବ ରହି କହିଲା ଶୁଣ......
-ତୁମ ଚଳିବା ଏତେ ଠିକ ନୁହଁ, ଆଉ ଆମେ ହେଲୁ ରାଜପୁତ ଘରର। ତେଣୁ ଏ ବାହାଘର ଅସମ୍ଭବ।
ନୀରବ ସ୍ବରରେ କାଳିଆ ଉତ୍ତର ଦେଲା,
-କଣ ପାଇଁ ଅସମ୍ଭବ? ମୋତେ କିଛି ଦିନ ସମୟ ଦିଅ ନିଶ୍ଚୟ ମୁଁ ଦିନେ ବଡ ମଣିଷଟିଏ ହେଇଯିବି, ବହୁତ ଖୁସିରେ ରଖିବି।
-ଭଲ ମଣିଷ କଥା ନୁହେଁ?
-ଆଉ?
-ତୁମେ ବେସି ପାଠ ମଧ୍ୟ ପଢିନ, ତେଣୁ ମୋତେ ଆମ ପରିବାରକୁ ପୋଷିବା ଭାରି କଷ୍ଟ ତେଣୁ, ଦୁହେଁ ଦୁହିଁଙ୍କୁ ଭୁଲିଯିବା ଟା ଠିକ ହେବ।
ପୂଜା କଥାଟି କାଳିଆକୁ ଭାରି କଷ୍ଟ ହେଉଥାଏ, ଆଖିର ଲୁହକୁ ବହୁତ କଷ୍ଟରେ ହୃଦୟରେ ରଖିଥାଏ। ତଥାପି ହାର ନ ମାନି ପୁଣିଥରେ ପ୍ରଶ୍ନ କଲା
-କୁହ କଣ ପାଇଁ? ମୁଁ କଣ ଖରାପ?
କଣ ସତରେ ଭାଙ୍ଗି ଦେବୁ ଦୀର୍ଘ ଚାରି ବର୍ଷର ବହୂବହୁକା ଭଳି ଲୁଚକାଳି ଖେଳ, ଏଇ ଯେଉଁ ହୃଦୟ ଦିଆ ନିଆ, ଅଇଣ୍ଠା ହୋଇ ମୁହଁ ପୋଛିଦେବା? ସତ କହ ରହି ପାରିବୁ ମୋ ବିନା?
କାଳିଆର କୌଣସି ପ୍ରଶ୍ନର ଉତ୍ତର ପୂଜା ପାଖରେ ନଥିଲା।
କାଳିଆ ନୀରବରେ କିଛି ସମୟ ପୂଜାର ମୁହଁ ଚାହିଁ ରହିଥାଏ, କିଛି ସମୟ ପରେ କାହାକୁ କିଛି ନ କହି ଚୁପ ଚାପ ସେଠୁ ଚାଲି ଆସିଲା।
କାଳିଆ କଣ ଜାଣିଥିଲା ସେ ଦିନ? ପୂଜା କଣ ପାଇଁ ମିଛ କହିଲା, କାହିଁକି ଦୁହେଁ ଗଢିଥିବା ଘରକୁ ଭାଙ୍ଗି ରୁଜି ଛାରଖାର କରିଦେଲା। ବାସ ଏମିତି କିଛି, ଦିନ ପରେ ଦିନ, ରାତି ପରେ ରାତି କଟିଗଲା। ଏମିତି ପୂଜା ସହ ପ୍ରାୟ ବହୁତ କମ ଦେଖା ହୁଏ, କିନ୍ତୁ କାଳିଆ ଥୟ ଧରିବା ପିଲା ନୁହେଁ, ତଥାପି କାଳିଆ ତା ପଛରେ ପଡିଥାଏ। ଏମିତି ବହୁତ ଦିନ ଯାଏଁ ଅପେକ୍ଷା କରୁଥାଏ କାଳିଆ କିନ୍ତୁ ପୂଜାର କୌଣସି ପ୍ରତିକ୍ରିୟା ନଥିଲା।
ପାଖପଡିଶା ଲୋକ କୁହା କୁହି ହେଉଥିଲେ, କାଲି ଜାଗର କୁଆଡେ ଶିବଙ୍କୁ ପୂଜିଲେ ଇଛା ସବୁ ପୁରା ହୁଏ।
ଆଉ ଡେରି ନ କରି ସେ ଶିବଙ୍କୁ ପୂଜିଲା ଆଉ ଉପାସ ମଧ୍ୟ କଲା, କିନ୍ତୁ ତା ପ୍ରେମ ପୂଜା ପାଇଁ।
ତା ବୋଉଙ୍କ ଦେହ ଏମିତି ପ୍ରାୟ ଖରାପ ରୁହେ, ସବୁଦିନ ଠାରୁ ସେ ଦିନ ତା ବୋଉ ଦେହ ବହୁତ ଖରାପ ଥାଏ, କିନ୍ତୁ ତା ବୋଉ ସହ ଠାକୁରଙ୍କ ଉପରେ ଦୃଢ ବିଶ୍ବାସ ଥାଏ ଯେ ତା ବୋଉର କିଛି ହେବନି। ସେ ଦିନ ଦୀପ ଲଗେଇବା ପାଇଁ ଗଲାବେଳେ ବୋଉ ହାତକୁ ଧରି ବହୁତ କାନ୍ଦୁଥାଏ, ନିକିତି ରେ ଓଜନ କଲା ଭଳି, ଗୋଟେ ହାତରେ ଥାଏ ବୋଉ ହାତ ଆଉ ତା ସହ କିଛି ଲୁହ, ଆଉ ଆର ପଟେ ପୂଜା ପାଇଁ ଦୀପ ଟିଏ, ବୋଉ ଢଳ ଢଳ ଆଖିରେ ଚାହୁଁ ଥାଏ କାଳିଆ ମୁହଁକୁ। ସେ ଦିନ କାଳିଆ ନିଜକୁ ବହୁତ ଘୃଣା ଦୃଷ୍ଟିରେ ଦେଖୁଥାଏ, ତା ଆଖିର ଲୁହ ଭିତରେ ଥୟ ଧରି ବାରମ୍ବାର ଆଖି ବାଟ ଦେଇ ବାହାରି ପଡୁଥାଏ। ଛାତି ଭିତରଟା ଦୁଃଖରେ ଫାଟି ପଡୁଥାଏ। ସେତକି ବେଳେ ବୋଉର କିଛି କଥା ତାକୁ ମିଛ ଭଳି ଲାଗିଲା, କାରଣ କାଳିଆ ଆଖିରେ ଥିବା ଲୁହ ତା ବୋଉ ପାଇଁ ନଥିଲା, ଥିଲା ତା ପ୍ରେମିକା ପୂଜା ପାଇଁ, ତଥାପି ବୋଉ କହୁଥିଲା ତୁ ମନ୍ଦିର ଯା ମୋର କିଛି ହେବନି, ବୋଉର କାନ୍ଦୁରା ମୁହଁ ଦେଖି, ବୋଉ ଆଖିର କେଇ ଟୋପା ଲୁହକୁ ଗୋଟେ ହାତରେ ଅନ୍ୟ ହାତରେ ପ୍ରେମିକା ପାଇଁ ଦୀପ ଟିଏ ଧରି ବାହାରିଲା କାଳିଆ। ବୋଉ ଚାହିଁ ରହିଥାଏ ବାଟକୁ ସେ ପର୍ଯ୍ୟନ୍ତ କାଳିଆ ଅଦୃଶ୍ୟ ନ ହେଇଛି।
କାଳିଆ ଆଖିରେ ଆଖିଏ ଲୁହକୁ ନେଇ ହାତରେ ଦୀପ ଧରି ଚାଲୁଥାଏ, ବାରମ୍ବାର ମନେପଡି ଯାଉଥାଏ ଆଖି ଲୁହରେ ଭିଜିଥିବା ବୋଉର ସେ କାନ୍ଦୁରୀ ମୁହଁ ତା ସାମ୍ନାକୁ ଚାଲି ଆସୁଥାଏ। ଠିକ ରାତି ବାରଟା ମହାଦେବଙ୍କ ମହାଦୀପ ଉଠୁଛି ଆଖି ସାମ୍ନାରେ ବୋଉର ମୁହଁ ଆରପଟେ ପୂଜାର ମୁହଁ ଘୁରି ବୁଲୁଥାଏ ଏପାଖ ରୁ ସେପାଖ। ପଡିଶା ଘରର ଗୋଟେ ପୁଅ ଆସି କହିଲା
_କାଳିଆ ଭାଇ.....
_କାଳିଆ ଭାଇ......
ଶିଘ୍ର ଘରକୁ ଚାଲ ତୋ ବୋଉ ଆଉ ନାହିଁ! ବୋଉ ଯିବା କଥା ଶୁଣି, କାଳିଆ ର ଛାତି ଭିତରଟା ରେଳ ଲାଇନ୍ ଧାରଣାରେ ଥିବା ଫାଟ ଭଳି ପ୍ରଚଣ୍ଡ ଶବ୍ଦ ରେ ଚିତ୍କାର କରୁଥାଏ। ଆଖି ମିଟି ମିଟି କରି ଚାହିଁ ରହିଥାଏ ମହାପ୍ରଭୁଙ୍କର ମହାଦୀପ କୁ, ଘରେ ବୋଉ ଚିର ନିଦ୍ରାରେ ଆଉ ଏଠି ମହାଦୀପ ଆଉ କାହା ପାଇଁ.......
----- ସମାପ୍ତ-----
Leave a Comment