ପ୍ରଥମ ପ୍ରେମର ରଙ୍ଗ

 ପ୍ରଥମ ପ୍ରେମର ରଙ୍ଗ

ସଂଗ୍ରହ: ༒🔥ଜିତୁ🔥༒

କଲେଜର ତୃତୀୟ ମହଲାରେ ଥାଇ ଖଟି କରୁଥାନ୍ତି କିଛି ଝିଅ। କଲେଜରେ ସ୍ପୋର୍ଟସ ଚାଲୁଥିବା ସତ୍ତେ ଏମାନେ ଆସି ଖଟି କରୁଥାନ୍ତି। ଏହି ସମୟରେ ତାଙ୍କ ଭିତରୁ ଜଣେ ଝିଅ ପାଟି କରି ଉଠେ ଆରେ ଦେଖ ଦେଖ ତଳେ ଗୋଟିଏ ବାଲି ବସ୍ତାକୁ କେମିତି ତିନି ଜଣ ନେଇଯାଉଛନ୍ତି, ହା ହା ଏତେ କଷ୍ଟ ହଉଛି ଜଣେ ନବାକୁ କହି ହସିବାକୁ ଲାଗନ୍ତି। ଏହି ସମୟରେ ତାଙ୍କ ଭିତରୁ ଜଣେ ଝିଅ ସୀମା ଯାହାର ତାଙ୍କ ପ୍ରତି ଦୃଷ୍ଟି ନଥିଲା, ଏମାନଙ୍କ ହସିବାର ଦେଖି କୁହେ ଆରେ କଣ ହେଲା ? ହସୁଛ କାହିଁକି ?

ଆରେ ଦେଖ ବା ତଳକୁ !

ତଳକୁ ଅନେଇ ଦେଖେତ ଏମାନଙ୍କ ହସିବା ଦେଖି ପୁଅ ମାନେ ମଧ୍ୟ ତାଙ୍କୁ ଅନେଇବା ଆରମ୍ଭ କରିଦେଲେଣି। ସୀମା କୁହେ ଆରେ ସବୁ ପାଗଳ ହୋଇଗଲକି ଯେତେଶୀଘ୍ର ପାରୁଛ ଚାଲ ଘରକୁ ପଳେଇବା, କାରଣ ମୋତେ ଲାଗୁଛି ଏମାନେ ଆମ ଉପରେ ରାଗିଯାଇପାରନ୍ତି, ହୁଏତ ଆମକୁ ହଇରାଣ କରି ପାରନ୍ତି ।

ଏହି ସମୟରେ ସୀମା ଲକ୍ଷ୍ୟ କଲା ଯେ ତାକୁ ଗୋଟେ ପୁଅ ଚାହିଁ ହସୁଛି। ଆରେ ଏମିତି ଅନେଇଛି କଣ ? ତାର ଆଖିପତା ବି ପଡୁନି, ଲାଖି ଯାଇଛି, ହେ ନା ମ ଏ କାହାକୁ ଅନେଇଥିବ ଭାବି ତା ସାଙ୍ଗଙ୍କୁ କୁହେ ଘରକୁ ଚାଲ ନହେଲେ ଏମାନେ ଆମକୁ କେତେ କଣ କହିପାରନ୍ତି ।

ଏମିତି ଭାବି ଭାବି ସୀମା ତା ସାଙ୍ଗମାନଙ୍କ ସହ ଆସୁଥିବା ବେଳେ, ସେହି ପୁଅମାନଙ୍କ ହାବୁଡ଼ରେ ପଡିଯାଆନ୍ତି। ଭାଗ୍ୟ ଭଲ କେହି କାହାକୁ କିଛି କହିଲେନି ଏହା ପରେ ସୀମା ଦୀର୍ଘଶ୍ୱାସ ମାରି କୁହେ ଥ୍ୟାଙ୍କସ୍ ଗଡ୍। ତଥାପି ତାର ଆଖି ପୁଣି ପଡ଼ିଗଲା ସେଇ ପୁଅଟି ଉପରେ, ଆରେ ୟେ କଣ ? ସେଇ ପୁଅଟି ସେମିତି ଆନେଇଛି ।

କେଡେ ବଦମାସ୍ ପିଲାଟା ମ; ପ୍ରଥମ ଦେଖାରେ କହାସହ ପ୍ରେମ ହୋଇଗଲା ନା କଣ ?

ଏହା ପରେ ସୀମାର ପରୀକ୍ଷା ଆସେ, ପରୀକ୍ଷା ପରେ ସେ ଫେସବୁକ୍ ଖୋଲି ଦେଖେ ତ ତା ଉପର ଶ୍ରେଣୀର ଜଣେ ଭାଇ ମେସଜ କରିଛନ୍ତି , ଆଉ କହୁଛନ୍ତି

-କ'ଣ ତୁମ ଝିଅ ମାନଙ୍କୁ ଟିକେ ଲାଜ ବି ନାହିଁ, ଏମିତି ପୁଅଙ୍କୁ ଅନେଇ ହସିବା କଣ ଠିକ୍ କଥା ? ସ୍ପୋର୍ଟସ ଥିଲା ବୋଲି ଆମେ ସବୁ ସାଙ୍ଗ ଖୁସିରେ ଗୋଟେ ବସ୍ତା ବାଲି ନାଉଥିଲୁ ଟ୍ରାକ ପାଇଁ, କିଛି କାରଣ ନ ଜାଣି ହସିବ ?

-ସୀମା କୁହେ;

- ସରି ଭାଇ ! ଭୁଲ୍ ହୋଇଗଲା ମୋ ସାଙ୍ଗଙ୍କ ପାଇଁ ମୁଁ ଭୁଲ୍ ମାଗୁଛି।

- ଭାଇ ଜଣକ କୁହନ୍ତି;

- ହଉ ଛାଡ଼ କିନ୍ତୁ ତମ ବେଳା ଭଲ, ଆମ ଜାଗାରେ ଆଉ କିଏ ଥିଲେ କଣ ହୋଇଥାନ୍ତା ।

- ଏହି ସମୟରେ ସୀମାକୁ ଗୋଟେ ଫ୍ରେଣ୍ଡ୍ request ଆସେ, ସେ profile  ଖୋଲିକି ଦେଖେ ତ ଆରେ ଏ… ଏ… ତ ସେଇ ପୁଅ ଯିଏ ଆମ ଭିତରୁ କାହାକୁ ଚାହୁଁ ଥିଲା !! ଆଉ ତା ନାଁ ଥିଲା ଆକାଶ ।

ତା ମେସଜଟି ଖୋଲିକି ଦେଖେ ତ ସେଇ ପୁଅଟି ତାକୁ କହୁଛି;

- I want to spend my whole life with you ; I love you !!

- ସେ କାବା ହୋଇଯାଏ କ'ଣ ?

ଏ ପୁଅ ମୋତେ ଭଲ ପାଉଛି ଦେଖୁଛ ଦେଖୁଛ କେତେ ବଦମାସ୍ ପିଲା !

ଇଚ୍ଛା ହଉଛି ମନଇଚ୍ଛା ସୋଦନ୍ତି !

ସୀମା- ଆରେ ଭାଇ ଭୁଲ୍ ହୋଇଗଲା ସେଦିନ ପାଇଁ, ଆଉ ଆପଣ ଯାହା ଆଇଡି ଖୋଜୁଛନ୍ତି ଏଇଟା ସେହି ଆଇଡି ନୁହେଁ।

ଆକାଶ- ନା ନା ତମେ ସୀମା ଟି ?

ସୀମା- ହଁ, ମୋ ଆଇଡି ତୁମକୁ କିଏ କହିଲା ।

ଆକାଶ- କେତେ ଖୋଜିଲି ତୁମକୁ ଏ ଫେସବୁକ୍ ରେ ହିଁ ପାଇଗଲି ।

ପ୍ରଥମ ଦେଖାରୁ ତୁମକୁ ଭଲପାଇ ବସିଛି। ତୁମର ସରଳତା, ନିରୀହ ଆଖି ଦୁଇଟି ମୋତେ ତୁମ ପାଖକୁ ଟାଣି ନେଇଯାଇଛି। ଆଉ ତୁମ ନାମ ମଧ୍ୟ କେତେ କଷ୍ଟରେ ଜାଣିଲି । ଆଉ କଲେଜରେ ବି ଚାହୁଁ ନଥିଲି ତୁମକୁ ପ୍ରପୋଜ୍ କରିବାକୁ, କାରଣ ତୁମର ପରୀକ୍ଷା ଚାଲୁଥିଲା। ତେଣୁ ତୁମକୁ ପ୍ରେମ ନିବେଦନ ପାଇଁ ଫେସବୁକ୍ ହିଁ ମୋ ପାଖେ ଗୋଟେ ଉପାୟ ଥିଲା, ଆଉ ତମ ପରୀକ୍ଷା ସାରିବାକୁ ଅପେକ୍ଷା କରିଥିଲି। ତେଣୁ ଆଜି କହୁଛି ଦୟାକରି ମୋର ହୋଇଯାଅ ସବୁଦିନ ପାଇଁ , ସବୁ ଖୁସି ଦେବି ତୁମକୁ।

ସୀମା- ଆଚ୍ଛା ତୁମେ ତାହାଲେ କଣ ପଢୁଛ ?

ଆକାଶ- ବି.ଏସ୍.ସି ଦ୍ୱିତୀୟ ବର୍ଷ ।

ସୀମା- ଓକେ, ହେଲେ ଆକାଶ ଭାଇ ମୁଁ ତୁମକୁ ଭଲ ପାଉନି ଆଉ ତୁମେ। ମନଦୁଃଖ ମଧ୍ୟ କରିବନି । ମୁଁ ଏବେ ବ୍ଲକ୍ କରୁଛି ତୁମକୁ।

ଆକାଶ- ରୁହ ରୁହ (କହିବା ଆଗରୁ ସୀମା ବ୍ଲକ୍ କରିଦେଇଥାଏ)

ପରଦିନ କଲଜରେ ସୀମା ଦେଖେ ଆକାଶ ମଧ୍ୟ ସେହିପରି ଅନେଉଛି । ସୀମା ଦେଖି ମଧ୍ୟ ନ ଦେଖିଲା ଭଳି ଚାଲି ଯାଏ କ୍ଲାସ୍ କରିବାକୁ। କ୍ଲାସ୍ ସରିଲା ପରେ ସାଇକେଲ ଷ୍ଟାଣ୍ଡକୁ ଆସି ଦେଖେ ଯେ ଆକାଶ ତା ସାଇକେଲ ପଛ ସିଟ୍ ଉପରେ ବସିଛି।

-ଦେଖ ଏ ପୁଅ ମୋତେ ଛାଡୁନି କି ତା ସହ ବି ମୋ ସାଇକେଲ ତାକୁ ବି ଛାଡୁନି।

-ଏହାପରେ କଲେଜ ପିଅନକୁ ଡାକି କୁହେ;

- ଭାଇ ଦେଖିଲେ ସେ ପିଲାଟା ମୋ ସାଇକେଲ ଉପରେ ବସିଛି ଉଠୁନି, କେଡେ ବଦମାସ୍ ପିଲା ଟା ମ !

- ପିଅନ ଆକାଶକୁ ତାଗିଦ୍ କରି କୁହନ୍ତି ଯେ,

-ହେ, ଉଠ୍ ଉଠ୍ !!

-ସୀମା ସେଠିକି ଯାଇ କୁହେ ଛି! ବହୁତ୍ ଖରାପ ପିଲା !

ଆକାଶ ପିଅନକୁ କୁହେ, ଭାଇ ମୁଁ ଖରାପ ପିଲା ?

ପିଅନ କୁହନ୍ତି, ନା ନା ତୁ ବହୁତ୍ ଭଲ ପିଲା ।

ଏହାପରେ ସୀମାକୁ ଲକ୍ଷ୍ୟ କରି କୁହନ୍ତି,

- ଆଲୋ ରାଗୁଛୁ କାହିଁ ଲୋ ମା, ତୋ ସାଇକେଲଟା ତ ଭାଙ୍ଗିଗଲାନି ! ବ୍ୟସ୍ତ ହନା ଆକାଶ ତୋତେ ବାହା ହେଲେ ସ୍କୁଟି ଦବ । ହା ହା… !

- ପିଅନଙ୍କ କଥା ଶୁଣି ଖୁସିରେ Handshake କରି ଦିଏ ଆକାଶ ।

ସୀମା କୁହେ,ନା ନା ନା, ମୁଁ ଖରାପ ପିଲାଙ୍କୁ ବାହା ହେବିନି।

କଲେଜରୁ ଫେରୁଥିବା ବେଳେ ରାସ୍ତାରେ ସୀମାର ପଛ ପଛେ ଆକାଶ ଯାଉ ଥାଏ। ଥରେ ସୀମାର ମେହେନ୍ଦି ହାତକୁ ଦେଖି ଆକାଶ କୁହେ,

ଆକାଶ- ଶୁଣ !

ସୀମା-କଣ ହେଲା ଏବେ ବି ପିଛା ଛାଡୁନ।

ଆକାଶ-ତୁମ ଗୋରା ହାତକୁ ମେହେନ୍ଦି ଖୁବ୍ ମାନୁଛି।

ସୀମା-କାହିଁ ତୁମେ ଲଗେଇବକି?

ଠିକ୍ ସେହିଦିନ ରାତିରେ ସୀମା ଫେସବୁକ୍ ଖୋଲିଦେଖେ ଅନ୍ୟ ଗୋଟେ ଆଇଡିରୁ ଆକାଶ ମେସେଜ କରିଛି କି ପ୍ଲିଜ ଦୟାକରି ମୋ କଥା ଶୁଣ, ମୁଁ ତମ ବିନା ବଞ୍ଚିପାରିବିନି।

ସୀମା-ମିଛ ଆଜିକାଲି ଦୁନିଆରେ ପ୍ରେମର ମାନେ କିଛି ନାହିଁ, ପ୍ରେମର ମାନେ ହଉଚି ଟାଇମ ପାସ। ମୁଁ ଜାଣିଚି ତୁମେ ସେଇଆ ଚାହୁଁଛ। ଦୟାକରି ମୋ ବାଟ ଛାଡ଼ିଦିଅ।

ଆକାଶ-ଆରେ ଆରେ ଶୁଣ ଶୁଣ (କହିବା ଆଗରୁ ମଧ୍ୟ ସୀମା ବ୍ଲକ୍ କରିଦିଏ ପୁଣି ଥରେ)


ଏମିତି ହିଁ ଦିନ ଗୁଡିକ ବିତି ବିତି ଯାଏ। କିନ୍ତୁ ଆକାଶର ସେଇ ଏକତରଫା ପ୍ରେମ ସେମିତି ହିଁ ଥାଏ। କାରଣ ଆଜି ନୁହଁ ତ କାଲି ନିଶ୍ଚୟ ମୋର ହିଁ ହବ ସୀମା। ଏମିତି ଭାବି ଭାବି ଅନ୍ୟ କୌଣସି ଝିଅଙ୍କୁ ମଧ୍ୟ ଦେଖେନି। ନିଜର କ୍ଲାସ୍ ନ କରି ସୀମାର କ୍ଲାସ୍ ରୁମ୍ ପାଖ ଠିଆ ହୋଇଥାଏ ସବୁବେଳେ। ସାଙ୍ଗମାନେ କୁହନ୍ତି ପୁରା ପାଗଳ ହୋଇଗଲୁରେ ସେ କେବେ ବି ତୋର ହବନି। କାହିଁ ସେମିତି ହଉଚୁ। ଆକାଶ କୁହେ, ପ୍ରେମ ଯାହାର ସତ୍ୟ ତା ପାଖେ ସବୁ ସମ୍ଭବ, ତମେ ସବୁ ଦେଖିବ ସେ ଦିନେ ନା ଦିନେ ମୋର ହବ।

ଏମିତି ବିତିଯାଏ ଗୋଟିଏ ବର୍ଷ। ଆକାଶ ସୀମାକୁ ସେମିତି ହିଁ ଭଲ ପାଏ ଆଉ ସୀମା ?

ସୀମା ସବୁବେଳେ ଆକାଶକୁ ଉପେକ୍ଷା କରେ , ତଥାପି ସେ ଦିନେ ଜାଣେ ଗୋଟିଏ ପୁଅ ଏମିତି ଗୋଟେ ଝିଅକୁ ଭଲପାଉଛି। ଏହା କେମିତି ଠିକ୍ ହବ। କାରଣ ଆଜିର ଯୁଗରେ ସବୁ ପୁଅ ହଉ କି ଝିଅ ଜଣଙ୍କୁ ଛାଡିଲେ ଅନ୍ୟ ଜଣଙ୍କୁ ଭଲ ପାଇବେ । ତଥାପି ଆକାଶ କ୍ଷେତ୍ରରେ ମୁଁ ଅଲଗା ଦେଖୁଚି।

ଏମିତିରେ ସେ ଦେଖେ ଆକାଶ ସବୁବେଳେ ତାକୁ ମନଦୁଃଖରେ ଚାହୁଁଛି। କିଛି କହିବା ପାଇଁ ଚାହିଁଲେ ମଧ୍ୟ କହିପରୁନି। ବୋଧେ ହୁଏ ମୋତେ ଡରୁଚି କି ହାଃ ହାଃ ।

ଏମିତି ଆକାଶ କଥା ଭାବିବାକୁ ଲାଗେ। ଥରେ ମନ ହୁଏ କାହିଁକି କେଜାଣି ଆକାଶକୁ ମେସେଜ କରି ସବୁ କଥା ଜାଣିବାକୁ। ହେଲେ କରେନି।

(କିନ୍ତୁ ଥରେ ମେସେଜ କରି ତାର ସବୁ କଥା ସେ ଜାଣେ)

ସୀମା- ହାଏ! ସରୀ, ମୋତେ ଛାଡ଼ିଦିଅ। ଦୁନିଆରେ ବହୁତ୍ ଝିଅ ଅଛନ୍ତି ସେମାନଙ୍କୁ ମଧ୍ୟ ତୁମେ ଭଲ ପାଇ ପାର ମୋତେ ଛାଡ଼ିଦିଅ।

ଆକାଶ- କେବେ ନୁହଁ। ତମେ ଭଲ ନ ପାଇଲେ ମଧ୍ୟ ମୁଁ ତୁମକୁ ଭଲ ପାଉଥିବି।

ସୀମା-(କ'ଣ କରିବି କି ପିଲା ୟେ ?)

(କିନ୍ତୁ ସୀମା ଆକାଶ ସହ ସାଙ୍ଗ ଭଳି ହିଁ କଥା ହଉଥାଏ)

ଏମିତିରେ ଧୀରେ ଧୀରେ ସୀମା ର feeling ଆସେ। ସେ ମଧ୍ୟ ମନେ ମନେ ଭଲ ପାଇ ବସେ ଆକାଶକୁ। ତଥାପି କୁହେନି। କଲେଜ ଯାଇ ମଧ୍ୟ ଖୋଜେ ବହୁତ୍ ଆକାଶକୁ। ଟିକେ ଦେଖିଲେ ମନ ଖୁସି ହୋଇଯାଏ । ହେଲେ କହିପାରେନା ଯେ ସେ ମଧ୍ୟ ଆକାଶକୁ ଭଲପାଏ ବୋଲି। ସୀମାର ସାଙ୍ଗ ମାନେ କୁହନ୍ତି। ଦେଖିଲୁ ତୁ କେତେ ଭାଗ୍ୟବତୀ ପିଲାଟା ତୋତେ ଏତେ ଦିନ ହେଲା ଭଲ ପାଉଛି ତଥାପି କିଛି କହୁନୁ। ସୀମା କିଛି ନକହି ଚାଲି ଯାଏ।

ଧୀରେ ଧୀରେ ଆକାଶ ପାଇଁ ପ୍ରେମ ବଢେ। ପ୍ରେମର ରଙ୍ଗ ଲାଗେ । ସେ ମଧ୍ୟ ଭାବେ ତାକୁ କହି ଦବ ସେ ଭଲ ପାଉଛି ବୋଲି।

ତେଣୁ ଦିନେ ସେ ଆକାଶକୁ ମେସେଜ କଲା କି, ମୁଁ ମଧ୍ୟ ତୁମକୁ ଭଲପାଏ।

ଆକାଶର ଖୁସିକହିଲେ ନସରେ ସତରେ ଆଜି ତାର ଭଲ ପାଇବା ସଫଳ ହୋଇଛି। ସତରେ ସବୁଦିନ ପାଇଁ ସୀମା ତାର ହୋଇ ଯାଇଛି। ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଜଣାଏ ସେ।

ପ୍ରଥମ ଦେଖାରେ ପ୍ରେମଟି ତାର ସଫଳ ହୋଇଛି। ଆଉ ଆକାଶ ଏବଂ ସୀମା ବହୁତ୍ ଖୁସିରେ ଅଛନ୍ତି।


 

    🌼🌻ସମାପ୍ତ 🌻🌼

1 comment:

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.