ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
"ଶ୍ରଦ୍ଧାସୁମନ"
🙏🙏ଅଶ୍ରୁଳ ଶ୍ରଦ୍ଧାଞ୍ଜଳି🙏🙏
ସଂଗ୍ରହ: ଶ୍ରୀନାଥ
ଓଡ଼ିଆ ସିନେମା ଜଗତେ ତୁମର
ସ୍ଥାନ ତୁମ ସ୍ମରଣୀୟ l
ସ୍ଵର୍ଣ୍ଣlକ୍ଷରେ ଲିପିବଦ୍ଧ ରହିଅଛି
ନିଚ୍ଛକ ଯେ ଅଭିନୟ ll
ସବୁ ଚରିତ୍ରକୁ ଅଭିନୟ ରୂପେ
ନେଉଥିଲ ମନ ଜିଣି l
ଚିରଦିନ ପାଇଁ ହୃଦୟ ପଟରେ
ରହିବ ହୋଇ ଅଗ୍ରଣୀ ll
ଭାବି ତ ହଉନି ସ୍ବପ୍ନ ପରି ଲାଗେ
ଚାଲିଗଲ ତୁମେ ଦୂରେ l
ତୁମର ସଂଳାପ ପ୍ରତିଧ୍ୱନି ହୁଏ
ଓଡ଼ିଆଙ୍କ ମନ ଝୁରେ ll
ସୁହାଗ ସିନ୍ଦୁର ହାସ୍ୟ ଅଭିନୟ
ନେଇଥିଲା ମନ କିଣି l
ପୁଅ ମୋର ଭୋଳା ଶଙ୍କର ଚରିତ୍ର
ଦର୍ଶକଙ୍କୁ ଥିଲା ଜିଣି ll
ଆଶାର ଆଲୋକ ଧାରା ବାହିକରେ
ଯୋଡ଼ିଲ କେତେ ସଂସାର l
ହସି ହସାଇଲ କେତେ ପରିବାର
ସଜାଡି ଉଜୁଡା ଘର ll
କୋଟି ଓଡ଼ିଆଙ୍କ ମନ ମୋହୁଥିଲ
ଦେଖାଇ ଯେ ଅଭିନୟ l
କାଁହିଗଲ ଦୂରେ ପର କରି ଦେଇ
ହେଉଛନ୍ତି ଯେ ବିନୟ ll
ଶ୍ରଦ୍ଧାର ସୁମନ ଦେଉଅଛୁ ଢାଳି
ତୁମ ଆତ୍ମା ଶାନ୍ତି ରହୁ l
ଜଗତର ନାଥ କାଳିଆ ଠାକୁର
ପାଖେ ଆମ ଅଳି ଥାଉ ॥
ସିନେ ଅଭିନେତା ମିହିର ଦାସଙ୍କ ବିୟୋଗରେ
ଯଦି କବିତା ଟି ଭଲ ଲାଗେ ମତାମତ ନିଶ୍ଚୟ ରଖିବେ। ❃━━━━━━•❁❀❁•━━━━━━━❃
🌹🌸 ଶୁଭ ରାତ୍ରୀ🌸🌹 ❃━━━━━━•❁❀❁•━━━━━━━❃
Leave a Comment