ଖାପ ଖୁଆଇ ଚଳ
ଖାପ ଖୁଆଇ ଚଳ
ଥରେ ଜଣେ ବ୍ୟକ୍ତି ନିଜ ବଗିଚାରେ ବୁଲୁଥିଲେ। ଜୋର୍ ରେ ପବନ ବହୁଥିଲା। ସେ ଦେଖିଲେ ଛୋଟ ଛୋଟ ଗଛ ଗୁଡିକ ପବନରେ ନଇଁ ଯାଉଥିଲେ। ବ୍ୟକ୍ତି ଜଣକ ବଗିଚାରେ କାମ କରୁଥିବା ମାଳିକୁ କହିଲେ- ମାଳି! ଏଇ ଚାରାଗଛ ଗୁଡିକୁ କାହିଁକି କିଛି ଆଶ୍ରାଦେଇ ବାନ୍ଧିଦେଉନ ? ଏ ତ ପବନରେ ନଇଁ ବଙ୍କା ହୋଇ ତଳେ ପଡିଯିବେ।
ମାଳି କହିଲା-: ନାଇଁ ଆଜ୍ଞା କିଛି ସେମିତି ହବନି। ଏମାନଙ୍କୁ ବାନ୍ଧିବା ଠିକ୍ ହବନି। ଏହା ଦ୍ୱାରା ଗଛ ଦୁର୍ବଳ ହୋଇଯିବ। ଆଉ ଜଲଦି ଡେଙ୍ଗା ହୋଇ ଭାଙ୍ଗିପଡିବ। ଏହା ହିଁ ଜୀବନର ନିୟମ- ବିପଦକୁ ସାମନା କରିବା, ଖରା,ବର୍ଷା,ଶୀତ ଭଳି ପ୍ରକୃତିର ସମସ୍ତ ପ୍ରତିକୂଳ ପରିସ୍ଥିତି ରେ ନିଜକୁ ଖାପଖୁଆଇ ଚଳିବା ଦ୍ଵାରା ମନୁଷ୍ୟ ଦୁର୍ବଳ ହେବା ପରିବର୍ତ୍ତେ ବଳବାନ ଓ ଉନ୍ନତ ଗୁଣସମ୍ପନ୍ନ ହୋଇଥାଏ ; ଉପଯୁକ୍ତ ଶିକ୍ଷ୍ୟା ଲାଭ କରିଥାଏ। ଆଜିର ମଣିଷ କିଛି ସହିବାକୁ ପ୍ରସ୍ତୁତ ହେଉନି, କଷ୍ଟ ସମ୍ଭାଳି ପାରୁନି, ତେଣୁ ଅଜଣା ବିପଦ ତାକୁ ଗ୍ରାସ କରୁଛି।
ସେଥିପାଇଁ ସବୁ ପରିସ୍ଥିତିରେ ନିଜକୁ ଚଳିପାରିବା
ଭଳି ଅଭ୍ୟାସ ବାଲ୍ୟରୁ ହିଁ ରଖିବା ଉଚିତ୍।
ସ୍ପେଲିଙ୍ଗ ମିସ୍ଟେକ୍ ଥିଲେ କହିବ, ଠିକ୍ କରିଦେବି।
Interesting story.
ReplyDelete