ସବୁଠାରୁ ସୁନ୍ଦର ଚିତ୍ର

ସବୁଠାରୁ ସୁନ୍ଦର ଚିତ୍ର

ଜଣେ ଚିତ୍ରକର ଦୁନିଆର ସବୁଠାରୁ ସୁନ୍ଦର ଛବି ତିଆରି କରିବାକୁ ଚାହିଁଲା, କ'ଣ ଆଙ୍କିଲେ ତାହା ଦୁନିଆର ସବୁଠୁ ଭଲ ଚିତ୍ର ହେବ ଜାଣି ନପାରି ନିଜ ଗୁରୁଙ୍କ ନିକଟ କୁ ଯାଇ ପାଚାରିଲା- ଗୁରୁଦେବ! ସଂସାରରେ ସବୁଠାରୁ ସୁନ୍ଦର ବସ୍ତୁ କ'ଣ ? ଦୟାକରି ମତେ କୁହନ୍ତୁ। ଗୁରୁ ତାଙ୍କର ଅଳ୍ପ ହସି କହିଲେ 'ଶ୍ରଦ୍ଧା' ସଂସାରଭିତରେ ସବୁଠାରୁ ସୁନ୍ଦର ବସ୍ତୁ ଅଟେ, ଏହି ପୃଥିବୀ ରେ ତା'ଠାରୁ ବଳି ଆଉ କିଛି ନାହିଁ। ପ୍ରତ୍ୟେକ ଧର୍ମସ୍ଥଳ ରେ ତୁମେ ଶ୍ରଦ୍ଧା ର ଦର୍ଶନ କରିପାରିବ। ଚିତ୍ରକର ମନ ଏହି ଉତ୍ତରରେ ସନ୍ତୁଷ୍ଟ ହେଲାନାହିଁ। ସେ ଘରକୁ ଫେରିଲା ବାଟରେ ଜଣେ ନବ ବିବାହିତା ସ୍ଵାମୀ ଓ ସ୍ତ୍ରୀଙ୍କୁ ଦେଖି ତାଙ୍କ ସଂସାରର ସବୁଠାରୁ ସୁନ୍ଦର ବସ୍ତୁ କ'ଣ ବୋଲି ପଚାରିଲା, ଦୁହେଁ କିଛି ସମୟ ଚିନ୍ତା କରି କହିଲେ- ସବୁଠାରୁ ସୁନ୍ଦର 'ପ୍ରେମ' ଅଟେ। ଯଦି ପ୍ରେମ ଅଛି ତ ଦରିଦ୍ରତା ରେ ମଧ୍ୟ ଉନ୍ନତି ଆସିପାରିବ। ପ୍ରେମ ହିଁ  ତ ଦୁନିଆକୁ ବଞ୍ଚିବାର ଯୋଗ୍ୟତା ଦେଇଥାଏ! ଚିତ୍ରକର ତଥାପି ସନ୍ତୁଷ୍ଟ ନଥିଲା- ପୁଣି କିଛିବାଟ ଆଗକୁ ଯିବା ପରେ ଜଣେ ସୈନିକକୁ ଦେଖି ତାକୁ ମଧ୍ୟ ସେଇ ଏକା ପ୍ରଶ୍ନ ପଚାରିଲା। ସୈନିକ ଜଣକ ଉତ୍ତରରେ କହିଲା-ସବୁଠାରୁ ସୁନ୍ଦର ବସ୍ତୁ 'ଶାନ୍ତି' ଅଟେ। ଯଦି ଶାନ୍ତି ଥାଏ ତେବେ ଜୀବନ ରେ ପରମ ସୁଖ ମିଳିଥାଏ। ଶାନ୍ତି ଆଗରେ ଜୀବନ ର ଅନ୍ୟ ସମସ୍ତ ବସ୍ତୁ ବୃଥା ଭଳି ଲାଗେ, ଅଶାନ୍ତ ମନ ଦ୍ଵାରା କୌଣସି କାର୍ଯ୍ୟ ହୋଇପାରେ ନାହିଁ। ଚିତ୍ରକର ଜଣକ ଶ୍ରଦ୍ଧା,ପ୍ରେମ ଓ ଶାନ୍ତି  ବିଷୟରେ ଭାବିଭାବି ଘର ଆଡକୁ ଆସିଲା, ଏହି ତିନୋଟିକୁ କିପରି ଏକତ୍ର କରି ଗୋଟିଏ ଚିତ୍ରରେ ସ୍ଥାନଦେବ ଏହି କଥା ଚିନ୍ତା କରୁଥିଲା, କିଛି ସମୟରେ ସେ ଘରେ ପହଞ୍ଚିଲା। ତାର ସ୍ତ୍ରୀ ତାକୁ ହସିହସି ସ୍ଵାଗତ କଲା, ତାର ପିଲାମାନେ ଦୌଡି ଦୌଡି ଆସି ତାକୁ କୁଣ୍ଢାଇ ପକାଇଲେ। ହଠାତ୍ ଚିତ୍ରକରର ମାନେ ହେଲା ଯେ- ସେ ଯେଉଁ ଚିତ୍ର ଆଙ୍କିବ ବୋଲି ଭାବୁଛି ତାହା ତ ତା ଘରେ ଅଛି। ତାର ପିଲାଙ୍କ ଆଖିରେ ଶ୍ରଦ୍ଧା ଅଛି। ସ୍ତ୍ରୀ ର ଆଖିରୁ ପ୍ରେମର ବର୍ଷା ହେଉଛି। ତା ଘର ଶାନ୍ତି ର ଗୋଟିଏ ସ୍ଥାନ ଅଟେ। ଯାହା କୌଣସି ଦିବ୍ୟ ସ୍ଥାନ ଠାରୁ କମ ନୁହେଁ। ସେ ସଙ୍ଗେସଙ୍ଗେ ଚିତ୍ର ଆଙ୍କିବାରେ ଲାଗିଗଲା ଓ ତା ନିଜ ଘରର ଏକ ଆକର୍ଷକ ଚିତ୍ର ତିଆରିକଲା।

ତେଣୁ ନିଜ ଘର ହିଁ  ଶାନ୍ତି,ପ୍ରେମ ଓ ଶ୍ରଦ୍ଧାର ଏକ ମନ୍ଦିର ଯାହା କି ସଂସାର ର ସବୁଠାରୁ ସୁନ୍ଦର ବସ୍ତୁ। ଆମକୁ ଭଗବାନଙ୍କ ଦ୍ଵାରା ପ୍ରାପ୍ତ ଏହି ସୁନ୍ଦର ବସ୍ତୁ ର ଉଚିତ ବ୍ୟବହାର ସଠିକ୍ ଉପାୟ ରେ କରିବା ଉଚିତ୍।           
          

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.