ସ୍ୱାମୀ ଓ ସ୍ତ୍ରୀ

ସ୍ୱାମୀସ୍ତ୍ରୀ

#ସ୍ୱାମୀଓସ୍ତ୍ରୀ,#surajit,#ସୁରଜିତ,animationodisha,AOSTORY,


🌻ସଂଗ୍ରହ:  ଶ୍ରୀନାଥ 

🌻ସୌଜନ୍ୟ :-  ଆନିମେସନଓଡ଼ିଶା ଗ୍ରୁପ 

◎◎⊙❂┅┅┅┅┅┅┅┅┅❂⊙◎◎

କେସ୍ ଦୁଇବର୍ଷ ପର୍ଯ୍ୟନ୍ତ ଚାଲିଲା । ଶେଷରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଛାଡପତ୍ର ହୋଇଗଲା ।

 

ଛାଡପତ୍ରର କାରଣ ଏକ ଛୋଟ ଘଟଣାରୁ ଆରମ୍ଭ ହୋଇଥିଲା । ଏହି ଛୋଟ ଘଟଣାକୁ ସମ୍ପର୍କିୟମାନେ ବିରାଟ ରୁପ ଦେଇଦେଲେ । କୌଣସି ଏକ ଘଟଣାକୁ ନେଇ ସ୍ୱାମୀ, ସ୍ତ୍ରୀକୁ ଦୁଇ ଚାପୁଡା ବସାଇଦେଲା । ସ୍ତ୍ରୀ ମଧ୍ୟ ରାଗରେ ସ୍ୱାମୀଙ୍କୁ ହାତ ଉଠାଇଦେଲା ।

 

ଏହି ଘଟଣାର ସମାଧାନ ହୋଇପାରିଥାନ୍ତା କିନ୍ତୁ ସ୍ୱାମୀ ଏହାକୁ ନିଜର ଅପମାନ ମନେ କଲେ । ସମ୍ପର୍କିୟମାନେ ଏହି ଘଟଣାକୁ ରୁପରଙ୍ଗ ଦେଇ ବଡ କରିଦେଲେ । କିଏ କହି୍ଲା ଆମ ବଂଶର ନାକ କଟିଗଲା । କିଏ କହୁଥିଲା ସ୍ୱମିକୁ ହାତ ଉଠାଇବା ସ୍ତ୍ରୀ ନା ପବିତ୍ର ଅଟେ ନା ପତିବ୍ରତା । ଏପରି ସ୍ତ୍ରୀକୁ ଘରେ ରଖିବା ଅର୍ଥ ଆମ ପରିବାରର ମୁଣ୍ଡ କାଟିବା ସହିତ ସମାନ । କେହି କେହି ସମ୍ପର୍କିୟ ଏକଥା କହିବାକୁ ପଛାଇଲେ ନାହିଁ ଯେ, ଏପରି ସ୍ତ୍ରୀକୁ ଜନ୍ମ ହେବା ପୁର୍ବରୁ ମା ପେଟରେ ତାର ଭୃଣହତ୍ୟା କରିଦେବା ଉଚିତ୍ ଥିଲା ।

 

ଝିଅଘର ପରିବାର ବି ବାଦ ପଡିଲେନି । ସେମାନେ ବି ନାନା ପ୍ରକାରର ଆରୋପ୍ ଲଗାଇଲେ ପୁଅ ଓ ତାର ପରିବାର ଉପରେ । ଏହିପରି ଆରୋପ ପ୍ରତିଆରୋପରେ ଉଭୟ ପକ୍ଷ୍ୟ ବ୍ୟସ୍ତ ହୋଇଗଲେ । କେହି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବୁଝାସୁଝା କରି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କଲେନାହିଁ । ପରିଣାମ ସ୍ୱରୁପ ଘଟଣା ଉଗ୍ରରୁପ ଧାରଣ କଲା । ଏପରି ପରିସ୍ଥିତି ସମ୍ପର୍କିୟମାନେ ସୃଷ୍ଟି କରିଲେ ବାଧ୍ୟ ହୋଇ ସ୍ୱାମୀ ସ୍ତ୍ରୀ ବିଷୟରେ ଓ ସ୍ତ୍ରୀ ସ୍ୱାମୀ ବିଷୟରେ ଆରୋପ ଲଗାଇବା ଆରମ୍ଭ ହୋଇଗଲା । ଶେଷରେ ଦୁହେଁ ଦୁହିଁକ ଉପରେ କେସ୍ କଲେ । ସ୍ୱାମୀ ସ୍ତ୍ରୀର ଚରିତ୍ରରେ କଳା ଦାଗ ଅଛି କହିବା ସମୟରେ ସ୍ତ୍ରୀ ସ୍ୱାମୀକୁ ଯୌତୁକ ରୁପି ରାକ୍ଷାଷର ଆଖ୍ୟା ଦେଈଥିଲା । ଛଅ ବର୍ଷ ବୈବାହିକ ଜୀବନ ଏକାଠି କାଟିବା ପରେ ଓ ଗୋଟେ କନ୍ୟା ସନ୍ତାନର ବାପା ମା ହେବା ପରେ ଆଜି ଦୁହିଁକ ମଧ୍ୟରେ ଛାଡପତ୍ର ହୋଇଗଲା । ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଛାଡପତ୍ରର ଗୋଟେ ଗୋଟେ କପି ଧରିଥିଲେ । ଦୁହେଁ ଶାନ୍ତ, ଦୁହେଁ ନିର୍ବିକାର ।

 

କେସ୍ ଦୁଇବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଦୁଇବର୍ଷ ସ୍ତ୍ରୀ ସ୍ୱାମୀ ଠାରୁ ଅଲଗା ହୋଇ ନିଜ ବାପଘରେ ରହିଲା । କେସ୍ ର ପ୍ରତ୍ୟକ ଶୁଣାଣି ତାରିଖରେ ଦୁହେଁ କୋଟ୍ କୁ ଆସନ୍ତି । ଦୁହେଁ ଦୁହିଁକୁ ଦେଖି ଇର୍ଷା, କ୍ରୋଧ ଓ ପ୍ରତିଶୋଧ ନିଆଁରେ ଜଳନ୍ତି । ରାଗ ଓ ହିଂସାର ନିଆଁଶିଖା ସାଙ୍ଗରେ ଆସିଥିବା ସମ୍ପର୍କିୟମାନେ ଲଗାଇ ଦିଅନ୍ତି ।

 

କିନ୍ତୁ କିଛି ମାସ ପୁର୍ବରୁ ଦୁହେଁ ଦୁହିଁକୁ ଉପେକ୍ଷା କରୁଥିଲେ । ଉଭୟ ପକ୍ଷର ଓକିଲ କିଛି ସତ ଓ କିଛି ମିଛ କହିବାକୁ କେସ୍ ରଫାଦଫା କରିବାକୁ ଚାହାନ୍ତି । ଉଭୟ ନିଜ ନିଜ ଓକିଲର କଥା ଅନୁଯାୟୀ ସତ ମିଛ ମନ୍ତବ୍ୟ ଦେଇଥାନ୍ତି । ଯାହା ହେଉ ଶେଷରେ ଛାଡପତ୍ର ହୋଇଗଲା । ଉଭୟ ପକ୍ଷ ଖୁସି, ଦୁଇ ଓକିଲ ଖୁସି, ଦୁଇ ପରିବାର ଖୁସି କିନ୍ତୁ ସ୍ୱାମୀ ଓ ସ୍ତ୍ରୀର ଆଖିରେ ସାମାନ୍ୟତମ ଖୁସିର ଝଲକ ନଥିଲା । ସ୍ୱାମୀ ନିରବ ଥିଲା ତ ସ୍ତ୍ରୀ ଶାନ୍ତ ।

 

ଦୁର୍ଭାଗ୍ୟବଶତଃ ଉଭୟ ପକ୍ଷ ଗୋଟିଏ କଫି ଦୋକାନରେ କଫି ପିଇଲେ । କଫି ଦୋକାନର ଭିଡ ଭିତରେ ସ୍ତ୍ରୀକୁ ସ୍ଥାନ ମିଳିନଥିଲା ବସିବା ପାଇଁ । ଗୋଟିଏ ମାତ୍ର ଚେୟାର ଫାଙ୍କା ଥିଲା ସ୍ୱାମୀ ବସିଥିବା ଟେବୁଲ୍ ରେ । କୌଣସି ଚେୟାର ନମିଳିବାରୁ ବାଧ୍ୟ ହୋଇ ବସିଲେ ସ୍ୱାମୀ ବସିଥିବା ଟେବୁଲ୍ ରେ ।

 

କଙ୍ଗ୍ରାଚୁଲେସନ, ସ୍ତ୍ରୀ ସ୍ୱାମୀଙ୍କୁ କହିଥିଲା ।

  ସ୍ୱାମୀ ବି ପ୍ରତିଉତ୍ତରରେ କହି୍ଲେ ତୁମେ ବି କେସ୍ ରେ ବିଜୟଲାଭ କରି ଖୁସି ଜଣାପଡୁଛ । ତୁମକୁ ବି କଙ୍ଗ୍ରାଟସ ।

 ତୁମେ କୁହ, ସ୍ୱାମୀ ପ୍ରତି-ଉତ୍ତରରେ କହିଲେ ।

କିଛି ସମୟ ନିରବରେ କାଟିବା ପରେ ସ୍ତ୍ରୀ କହିଲା ତୁମେ ମୋତେ ଚରିତ୍ରହୀନା କହିଥିଲ । ଯାହା ହେଉ ଚରିତ୍ରହୀନା ପାଖରୁ ତୁମକୁ ନିସ୍ତାର ମିଳିଲା । 

ତାହା ମୋର ଭୁଲ୍ ଥିଲା । ମୁଁ ତୁମକୁ ଚରିତ୍ରହୀନା କହି ଭୁଲ୍ କରିଥିଲି । ସ୍ୱାମୀ କହିଲା

 ତୁମର ଏପରି ଆରୋପ ମୋତେ ବହୁତ ମାନଶିକ କଷ୍ଟ ଦେଇଥିଲା । ସ୍ତ୍ରୀର ଶ୍ୱରରେ ନା ରାଗ ଥିଲା ନା ଦୁଃଖର ଆଭାସ୍ ।

 ମୁଁ ଜାଣିଛି ପୁରୁଷ ଏହି ଅସ୍ତ୍ର ମଧ୍ୟରେ ନାରୀ ଉପରେ ପ୍ରହାର କରିଥାଏ । ଯାହା ନାରୀର ଆତ୍ମସମ୍ମାନକୁ ବହୁତ ବାଧେ । ମୋତେ ତୁମ ବିଷୟରେ ଏପରି କହିବାର ନଥିଲା । ମୁଁ ନିଜକୁ ନିଜେ ଲଜ୍ଜ୍ୟା ଅନୁଭବ କରୁଛି । ସ୍ୱାମୀ କହିଲେ

 ସ୍ୱାମୀ କିଛି ସମୟ ଚୁପ୍ ରହି କହିଲେ ତୁମେ ବି ମୋତେ ଯୌତୁକ ରୁପି ରାକ୍ଷାଷ କହିଥିଲ ।

  ଭୁଲ୍ କହିଥିଲି! ସ୍ତ୍ରୀ କହିଲା । ଠିକ୍ ଏହି ସମୟରେ ପ୍ଲାଷ୍ଟିକ କପରେ କଫି ଆସିଗଲା । ସ୍ତ୍ରୀ କପ୍ ଉଠାଇବା ସମୟରେ କପ୍ ହଲିଯାଇ କଫିରୁ କିଛି ବୁନ୍ଦା ତାର ହାତରେ ପଡିଲା ଓ ସାମାନ୍ୟ ନ୍ତ୍ରଣା ସ୍ତ୍ରୀର ମୁଖମଣ୍ଡଳରେ ଖେଳିଗଲା । ହଠାତ୍ ସ୍ୱାମୀ ମୁହଁରୁ ସମ୍ବେଦନ ପୁର୍ବକ ଆହା ଶଦ୍ଦଟି ବାହାରି ଆସିଲା । ସ୍ତ୍ରୀ ସ୍ୱାମୀକୁ ଚାହିଁଲା ଓ ସ୍ୱାମୀ ସ୍ତ୍ରୀ କୁ....।

ପୂର୍ବପରି ଅଛି । ସ୍ତ୍ରୀ କହିଲା

ତୁମେ ବ୍ୟୟାମ କାହିଁକି କରୁନାହଁ । ଯାହା ମୁଁ ତୁମକୁ ଶିଖାଇଥିଲି, ମୁଖ୍ୟତଃ ଅଣ୍ଟା ବ୍ୟଥାରୁ ମୁକ୍ତି ପାଇବା ପାଇଁ । ସ୍ୱାମୀର କଥା ଶୁଣି ସ୍ତ୍ରୀ ଫିକ୍ କରି ହସିଦେଲା ।

 ଆସ୍ଥମା, ଡକ୍ଟର ସୁରୀ ଷ୍ଟ୍ରେନ୍ ମେଣ୍ଟାଲ ଷ୍ଟ୍ରେସ କମ କରିବାକୁ କହିଛନ୍ତି । ସ୍ୱାମୀ ଜଣାଇଲେ ।

  ହଁ, ଖାଉଛି କିନ୍ତୁ ଆଜି ଆଣିବା ପାଇଁ ଭୁଲିଗଲି । ସ୍ୱାମୀ କହିଥିଲେ ।

  ହଁ, ସେଥିପାଇଁ ତୁମ କଣ୍ଠ ସ୍ୱର କିପରି ଅଲଗା ଅଲଗା ଲାଗୁଛି । ସ୍ତ୍ରୀ ସମବେଦନା ଜଣାଇଲେ ।

  ହଁ, ଏହାର କାରଣ କିଛି ମେଡିସିନ୍ ନଖାଇବାରୁ, ଆଉକିଛି.....ସ୍ୱାମୀ ଏତିକି କହି ଅଟକି ଗଲେ ।

  ଆଉକିଛି ଚିନ୍ତାର କାରଣ, ସ୍ତ୍ରୀ କଥା ପୁରା କଲେ ।

  ସ୍ୱାମୀ କିଛି ସମୟ ଚୁପ୍ ରହି କହିଲେ ତୁମକୁ ମୋତେ ଛଅ ଲକ୍ଷ ଟଙ୍କା ଓ ମାସକୁ ଛଅ ହଜାର ଟଙ୍କା ଦେବାକୁ ପଡିବ ।

  ହଁ, କଣ ହେଲା ସ୍ତ୍ରୀ ପଚାରିଲେ ।

  ବସୁନ୍ଧରାରେ ଯେଉଁ ଫ୍ଲାଟ ଅଛି, ସେସବୁ ତୁମ ନାମରେ କରିଦେଉଛି । କାରଣ ମୋ ପାଖରେ ଛଅ ଲକ୍ଷ ଟଙ୍କା ନାହିଁ ।

  ବସୁନ୍ଧରା ଫ୍ଲାଟ କୋଡିଏ ଲକ୍ଷ ଟଙ୍କା ପାଖାପାଖି ହେବ । ମୋତେ କେବଳ ଛଅ ଲକ୍ଷ ଟଙ୍କା ଦରକାର । ସ୍ତ୍ରୀ ସ୍ପଷ୍ଟ କରିଥିଲେ ।

 ଝିଅ ବଡ ହେବ ଓ ଖର୍ଚ୍ଚ ବଢିଯିବ ।

 ତେଣୁ , ତୁମେ ମୋତେ ମାସକୁ ଛଅ ହଜାର ଟଙ୍କା ଦେବ, ଆଉ ସେଥିରେ ଚଳିଯିବ ।

 ହଁ, ମୁଁ ସେ ପଇସା ମାସକୁ ମାସ ଦେବି କିନ୍ତୁ....

 ଯଦି ତୁମ ପାଖରେ ଏବେ ପଇସା ନାହିଁ, ତେବେ ମୋତେ ଦେବା ଆବଶ୍ୟକ ନାହିଁ । ସ୍ତ୍ରୀର ସ୍ୱରରେ ପୁରୁଣା ସମ୍ପର୍କରେ ଆଭାସ ଥିଲା ।

 ସ୍ୱାମୀ ସ୍ତ୍ରୀର ମୁହଁକୁ ଚାହିଁ ଭାବିଲେ କେତେ ସହୃଦୟ, କେତେ ସୁନ୍ଦର ଦେଖାଯାଉଛି, ଯିଏ କି କେବେ ମୋର ଧର୍ମ ପତ୍ନି ଥିଲା ।

 ସ୍ତ୍ରୀ ପୁରୁଷକୁ ଚାହିଁ ଭାବୁଥିଲା କେତେ ସରଳ, କେତେ ଦୟାଳୁ, ଯିଏକି କେବେ ମୋର ସ୍ୱାମୀ ଥିଲେ । କେତେ ଭଲ ପାଉଥିଲା ମୋତେ । ଥରେ ହରିଦ୍ଵାରରେ ଗଙ୍ଗା ସ୍ନାନ କରିବା ସମୟରେ ହାତରୁ ଜଞ୍ଜିର ଖସିଗଲା ଓ ମୁଁ ବୁଡିଗଲି । ପାଗଳ ପରି ଚାଲି ଆସିଥିଲେ ମୋତେ ବଞ୍ଚାଇବା ପାଈଁ, ନିଜେ ପହଁରା ଜାଣି ନଥିଲେ କିନ୍ତୁ ଲାଟସାହେବ୍ ମୋତେ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ । ମୁଁ କଳଙ୍କିନି, ମୁଁ ତାଙ୍କ ପ୍ରତି ଅନ୍ୟାୟ କରିଛି !

 

ସ୍ୱାମୀ ସ୍ତ୍ରୀକୁ ଦେଖୁଥିଲେ ଓ ଭାବୁଥିଲେ କେତେ ଯତ୍ନ ନେଉଥିଲା ମୋର । ଗାଧୋଇବା ପାଇଁ ସକାଳୁ ସକାଳୁ ନିଦରୁ ଉଠି ପାଣି ଗରମ କରୁଥିଲା ମୋ ପାଇଁ । ମୋ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ୍ କରୁଥିଲା । ଦେହ ଖରାପ ରହିଲେ ନିଜେ ଖାଇବା ପିଇବା ଭୁଲି ମୋ ସେବା କରୁଥିଲା । କେବେ ବି ନିଜ ଦୁଃଖ କଷ୍ଟ ବିଷୟରେ କହେ ନାହିଁ । ମୋ ପାଇଁ କେତେ ସମ୍ବେଦନଶୀଳ ଥିଲା ସେ । ମୁଁ ମୋ ପୁରୁଷତ୍ଵର ଅପମାନ ଭାବିଲି, କେବେ ତାର ଭାବନାକୁ ବୁଝିବା ପାଇଁ ଚେଷ୍ଟା କରିନି ।

 

ଦୁହେଁ ନୀରବ ଥିଲେ, ପୁରା ନୀରବ । ସଂସାରର ସମସ୍ତ ହୋହାଲ୍ଲା ଠାରୁ ବହୁ ଦୂରରେ । ଦୁହେଁ ଶାନ୍ତ ଓ ଦୁହିଁକ ଆଖିରେ ଅଶ୍ରୁର ଧାରା ।

ମୁଁ ଗୋଟେ କଥା କହିବାକୁ ଚାହୁଁଛି ।

କୁହ, ସ୍ତ୍ରୀ ଛଳ ଛଳ ଆଖିର କହିଥିଲା ।

ଭୟ କର ନାହିଁ, ବୋଧେ ତୁମ ମନର ଭାଷା ମୋ ମନର ଭାଷା ଏକା ହୋଇପାରେ,,,,

ତୁମେ ବହୁତ ମନେ ପଡୁଛ, ସ୍ୱାମୀ କହିଥିଲେ ।

ତୁମେ ବି, ସ୍ତ୍ରୀ ପ୍ରତିଉତ୍ତରରେ,,,,

ମୁଁ ତୁମକୁ ଏବେ ବି ଭଲ ପାଉଛି ।

ମୁଁ ବି, ସ୍ତ୍ରୀ କହିଲା ।

 

ଦୁହିଁକ ଆଖିରେ ଅଶ୍ରୁଧାରା ଶ୍ରାବଣର ବର୍ଷା ଧାର ପରି ଗଡୁଥିଲା । ଦୁହିଁକ ଚେହେରା ଶିଶୁ ସୁଲଭ କୋମଳ ସଦୃଶ ଦୃଶ୍ୟମାନ ହେଉଥିଲା ।

କଣ ଆମ ଜୀବନରେ କିଛି ନୂଆ ମୋଡ ଓ କିଛି ନୂତନତା ଆଣିପାରିବା ନାହିଁ ?

କି ପ୍ରକାରର ନୂତନତା, ସ୍ତ୍ରୀ ପଚାରିଲେ ।

 ଆମେ ଆଉଥରେ ସ୍ୱାମୀ ଓ ସ୍ତ୍ରୀର ବନ୍ଧନରେ ବାନ୍ଧି ହୋଇପାରିବା ନାହିଁ । ଏ ସମ୍ପର୍କ ପରା ଜନମ ଜନମ ପାଇଁ । ଆମେ କଣ ଜନମ ଜନମର ସାଥି ହୋଇପାରିବା ନାହିଁ ? ଏକ ନୂଆ ଜୀବନ, ଏକ ନୂଆ ସଂକଳ୍ପ ଓ ଏକ ଭଲ ବନ୍ଧୁ ରୁପେ ରହିପାରିବା ନାହିଁ ।

 

 ଏ ଛାଡପତ୍ରର ପେପର ? ସ୍ତ୍ରୀ ପଚାରିଲା ।

 

 ଚିରି ଦେବା । ଆମେ ଜନମ ଜନମ ପାଇଁ ସାଥି । ଏ ପେପର କଣ ଆମ ଜୀବନରେ ପାଚେରି ହୋଇପାରିବ ? ଏତିକି କହି ସ୍ୱାମୀ ଛାଡପତ୍ରର ପେପରକୁ ଚିରିଦେଲେ । ସ୍ତ୍ରୀ ବି ଛାଡପତ୍ର କପିକୁ ଅଳିଆ ଡବାରେ ପକାଇଦେଲେ । ଦୁହେଁ ଠିଆ ହେଲେ ହାତରେ ହାତ ଧରି ହୋଇ, ଦୁଇ ପକ୍ଷ ସମ୍ପର୍କିୟ ଚାହିଁଥିଲେ ଆବାକ ହୋଇ, ଦୁହେଁ ନିଜ ଘରକୁ ବାହାରିଗଲେ ହାତରେ ହାତ ଓ କାନ୍ଧରେ କାନ୍ଧ ମିଶାଈ । ଯେଉଁ ଘର କେବଳ ସ୍ୱାମୀ ଓ ସ୍ତ୍ରୀର ଥିଲା, ଏକ ମଜବୁତ୍ ସମ୍ପର୍କର ଘର ଥିଲା, ଜନମ ଜନମ ପାଇଁ ସାଥି ହୋଇ ରହିବା ସଂକଳ୍ପର ଘର ଥିଲା, ଏକ ବିଶ୍ବାସର ଘର ଥିଲା, ଦୁଇ ଚେହେରା ଗୋଟିଏ ମନର ଘର ଥିଲା, ଗୋଟିଏ ଆତ୍ମା, ଗୋଟିଏ ଭାବନା ଓ ଦୁଇ ହୃଦୟର ମିଳନର ଘର ଥିଲା ।

              

     

ଏମିତି ନୂଆ ନୂଆ ଗପ ଓ ଲେଖା ପାଇବା ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ

🌼🌻🌹🌸🌼 ସମାପ୍ତ 🌼🌸🌹🌻🌼

ଗଳ୍ପ କ୍ରମିକ ନମ୍ବର :

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.