ମୁଁ ବଡହେଲେ ଲେବର୍ ହେବି !
👉 ଶ୍ରମିକ ଦିବସ ସ୍ପେସାଲ ...ନୂଆ ଗପ...👈👉 🌹 ମୁଁ ବଡହେଲେ ଲେବର୍ ହେବି !🌹 👈
◎◎⊙❂┅┅┅┅┅┅┅┅┅┅┅┅┅┅┅┅┅┅┅┅┅┅┅┅┅┅┅┅┅❂⊙◎◎
🌻ସଂଗ୍ରହ: ଶ୍ରୀନାଥ
ସୌଜନ୍ୟ :- ଆନିମେସନ ଓଡ଼ିଶା
ଗରିବ ଖଟିଖିଆ ଦିନ ମଜୁରିଆଙ୍କୁ ସ୍ୱପ୍ନ ଦେଖିବା ମନା ! ସ୍ୱାମୀ ସ୍ତ୍ରୀ ଭୋରରୁ ପଖାଳ କଂସାଏ, ଆମ୍ବୁଲ ଖଣ୍ଡେ, ଲଙ୍କା ଗୋଟେ, ପିଆଜ କୁଲେ ଓ ଲୁଣ ମୁତାବକ, ତୋରାଣୀରେ ଚକଟି ବିକଳରେ ଖାଇ ବାହାରି ଯାଆନ୍ତି କର୍ମସଂସ୍ଥାନକୁ ! ଚାଲିଚାଲି ଜାଗାମୁଣ୍ଡରେ ପହଞ୍ଚନ୍ତି ! ମୁଣ୍ଡ କିଣିଥିବା ଠିକାଦାର ଆରମ୍ଭ କରେ ତା ଚାହିଦା ମୁତାବକ କାମ ଆଦାୟ କରିବା ! ବାଲି, ଗୋଡି ଓ ସିମେଣ୍ଟରେ ଏମିତି ମିଶିଯାଆନ୍ତି ସେମାନେ ଯେ ସମୟ ଜଣାପଡେନା ! ଚଳନ୍ତି ଈଶ୍ୱର ମୁଣ୍ଡ ଉପରକୁ ଆସିଲେ, ଖାଇବା ସମୟ ହୁଏ, ମାଡିଚାଲନ୍ତି ଆହାର କେନ୍ଦ୍ର ଆଡକୁ !
ଲମ୍ବା ଲାଇନ୍ ରେ ଛିଡାହୋଇ, ଖାଇବାର ଭିକ ମାଗନ୍ତି ସେମାନେ ! ଯଦି ଈଶ୍ୱର କ୍ରୁପା ହେଲା, ଗଣ୍ଡେ ଖାଇବାକୁ ମିଳିବତ ମିଳିବ ନଚେତ୍ ନାହିଁ, ଖାଲିପେଟରେ ପୁଣି ଫେରିଆସନ୍ତି ସେମାନେ ! କାହାପ୍ରତି ଆରୋପ, ଅଭିଯୋଗ କରନ୍ତିନି ! ହଁ ମ, ଯେଉଁମାନେ ଖାଉଛନ୍ତି, ସେମାନେ ତ ଆମପରି ମଣିଷ, ଆମ ଭାଇ,ଆମ ଭାରତମାତାର ସନ୍ତାନ!
ଅଭାବବୋଧ ନଥିଲେ ଲାଇନ୍ ଲଗାଇ କିଏ ଖାଇବାକୁ ଆସିବ ଯେ ! ସରକାର ବିରୋଧୀ, ଯେକି ଆମ ଭଗବାନ୍ ସେମାନଙ୍କୁ ତିନିଓଳି ( ସକାଳ, ଦିପହର, ରାତି ) ଖାଇବାକୁ ଦେବା ନିଶ୍ଚିତ କଲେ , ଆମପରି ଦିନମଜୁରିଆ ମାନେ ଉପକ୍ରୁତ ହେବ ବୋଲି ସେମାନେ କୁହନ୍ତି ! ନାଁରେ ଖାଇବାର ମାସିକ କାର୍ଡ କରି, ସେହି କାର୍ଡରେ ଖାଇବା ସୁନିଶ୍ଚିତ କଲେ , ଆହୁରି ଭଲ!
ଭଲରେ ଖାଇବା ନପାଉଥିବା ଲୋକ, ଭଲରେ ପିନ୍ଧିବାକୁ କୁଆଡେ ପାଇବ! ସଂସାରରେ ଶ୍ରମିକ ଗୋଟେ ଶ୍ରେଣୀ, ଯାହା ଉପରେ ଉଭୟ ମାତା ଲକ୍ଷ୍ମୀ ଓ ମାତା ସରସ୍ୱତୀ ରୋଷ କରନ୍ତି ! କୁହାଯାଏ କର୍ମକଲେ ଭାଗ୍ଯ ପରିବର୍ତ୍ତନ ହୁଏ! କିନ୍ତୁ ଶ୍ରମିକ ଏକ ଶ୍ରେଣୀ ଯେଉଁମାନେ ପରିଶ୍ରମ କଲେ, ଭାଗ୍ଯ ଖରାପ ହୁଏ ସେମାନଙ୍କର! ଯେତେଦିନ ଯାଏଁ ଖଟିପାରିବ, ବଞ୍ଚିବ, ନଚେତ୍ ମରିଗଲେ ବି କେହି ପଚାରିବେନି !
ଶେଷରେ ବାସଗ୍ରୁହ ! ବୁଲିବୁଲି ମଜୁରୀ କରୁଥିବା ଲୋକର ଘର କେଉଁ ଥାଏ! ଯେଉଁଠି ପାଇଲେ , ସେଇଠି ଶୋଇ ଯାଆନ୍ତି ସେମାନେ ! ଯଦି ବା ଅକସ୍ମାତ ଗର୍ଭ ଧାରଣ କରେ, ମହିଳା ଶ୍ରମିକ ନା ମାଟରନାଲ୍ ଲିଭ୍ ପାଏ, ନା କାମରୁ ବିରାମ, ନା କେଶର, ପିସ୍ତା, କାଜୁ ଖାଇବାକୁ ! ଛୁଆ ଗର୍ଭରେ ଥାଇ ବି ଖଟିବାକୁ ପଡେ ମହିଳା ଶ୍ରମିକକୁ ! ରାତିରେ ସିମେଣ୍ଟବସ୍ତା ପାଖରେ ଶୋଇଗଲେ, ଅଣନିଶ୍ୱାସୀ ହୋଇପଡେ ମାତ୍ରୁତ୍ୱ!
କୁହାଯାଏ. . ଗର୍ଭାବସ୍ଥାରେ ନିଜ ଚାରିପଟେ ଯାହା ଦେଖିବ ସନ୍ତାନ ସେ ରକମ ଆସିବ! ଏଣୁ ପରିବାରବାଦ ବା ନେପୋଟିଜିମ୍ ଶ୍ରମିକମାନଙ୍କ କ୍ଷେତ୍ରରେ ବହୁଳ ମାତ୍ରାରେ ଦେଖିବାକୁ ମିଳେ ! ମା ଶ୍ରମିକ, ବାଲି, ଗୋଡି, ସିମେଣ୍ଟ ଭିତରେ ଏମିତି ମଜ୍ଜିଯାଏ ଯେ, ଆତ୍ମା ଗର୍ଭରେ ଶ୍ରମିକ ପାଲଟେ ! ହଁ ମ, ଶ୍ରମିକ ଛୁଆ ଶ୍ରମିକ ହେବନି କଣ ଲାଟସାହେବ୍ ହେବ! ଏଣୁ ସନ୍ତାନ ଜନ୍ମ ହେଲାପରେ, ବଡ ହେଲାପରେ ତାକୁ ଯେବେ ପଚାରାଯାଏ : ବଡହେଲେ କଣ ହେବୁ ! ସେ ଜବାବ୍ ରଖେ : ମୁଁ ବଡହେଲେ ଲେବର୍ ହେବି, ରାଷ୍ଟ୍ରନିର୍ମାଣ କରିବି ! ଉତ୍ତର ଶୁଣି ଲୁହ ବର୍ଷା ହୁଏ, କାରଣ ବୋଧେ ମହାଶୂନ୍ଯରେ ଈଶ୍ୱର କାନ୍ଦୁଥାଏ!
🌼🌻 ସମାପ୍ତ 🌻🌼
Leave a Comment