"ମାଂସ ଲୋଭି"

"ମାଂସ ଲୋଭି"

ରଚନା :ଅନସୁୟା ମହାପାତ୍ର 


ଲିନା ଏଇ ବର୍ଷ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଚି। ପ୍ରଥମ ବର୍ଷ ଛାତ୍ରୀ ସେ।ସରକାରୀ କଲେଜ୍ ରେ ସିଟ ମିଳିବ କଷ୍ଟ ହେଉଥିଲା ବେଳେ ଲିନା ଗୋଟେ ଥରେ ସହଜରେ ପାଇ ଯାଇଥିଲା। ଅନୁଗୁଳ ରୁ ଆସି ଭୁବନେଶ୍ୱର ସହରରେ ରହିବା ପାଇଁ ସୁଯୋଗ ମିଳିଥିବାରୁ ମନେ ମନେ ବହୁତ୍ ଖୁସି ହୋଇଯାଇଥିଲା।ଭୁବନେଶ୍ୱର ସହର ର ଚାକଚକ୍ୟ ରେ ନିଜକୁ ରଙ୍ଗୀନ ପ୍ରଜାପତି ଭଳି ସଜେଇ ବୁଲି ସହର କୁ ଉପଭୋଗ କରିବା ପାଇଁ ଭାବୁଥିଲା। ଭୁବନେଶ୍ଵର ସହରଟି ମଲ୍, ହଲ୍ ତା ସହ ପାର୍କ ପୁଣି ଦର୍ଶନୀୟ ସ୍ଥାନ ପାଇଁ ପ୍ରସିଦ୍ଧ।ଏହି ସବୁ ଜାଗା ବିଷୟରେ ଲିନା ଅନ୍ୟ ମାନଙ୍କ ଠାରୁ ଶୁଣିଥିଲା କିନ୍ତୁ କେବେ ଦେଖିନି କି ବୁଲିନି।


        ଲିନା ହଷ୍ଟେଲରେ ରୁହେ।ହଷ୍ଟେଲ ଭିତରେ ଜୀବନଟି ବନ୍ଦୀ ଜୀବନ ଭଳି ଲାଗୁଥିଲା ଲିନାକୁ।ସକାଳ ୯ ରୁ ୪ କଲେଜ।ତା ପରେ ହଷ୍ଟେଲ ରେ ମଧ୍ୟ କଟକଣା ସନ୍ଧ୍ୟା ୭ଭିତରେ ଆସି ପହଞ୍ଚିବାକୁ ପଡ଼େ।ଏଣୁ ଲିନା କୁଆଡେ ଯାଇପରେନି।ତା ଛଡା ନିଜର ଗାଡ଼ି ନାହିଁ ଯାହା ସିଟି ବସ୍ ଉପରେ ନିର୍ଭର।ଅନ୍ୟ ଝିଅ ସାଙ୍ଗ ମାନେ ମଧ୍ୟ ହଷ୍ଟେଲ ୱାର୍ଦେନ୍ କୁ ଡରି କେହି ବହାରାନ୍ତିନି।ଲିନା ହଷ୍ଟେଲ ରେ ବସି ବସି ବିରକ୍ତ ହୁଏ ଭାବେ ୟା ଠୁ ଭଲ ଘରେ ଥିଲି।


         ଦିନେ ଲିନା ର ବାପା ଲିନା ପାଇଁ ଗୋଟିଏ ଲାପଟପ ଦେଲେ।ଲିନା ଲାପଟପ ପାଇ ଭାରି ଖୁସି। ଏଥିରେ ତା ସମୟ କଟିଯିବ ଫିଲ୍ମ ଦେଖି ଦେଖି ତା ସହ ଗୀତ ଶୁଣି।ଏଇ ଭିତରେ ସେ ସୋସିଆଲ ମିଡିଆ ରେ ନିଜ ଆକାଉଣ୍ଟ ଖୋଲିଲା।ସେଥିରେ ମଧ୍ୟ ନିଜ ପିଲା ଦିନ ସ୍କୁଲ୍ ସାଙ୍ଗ ସହ ଚାଟ କରି ସମୟ କଟିଯାଏ। ଦିନେ ଲିନା ପାଖକୁ କୌଣସି ଅଜଣା ପୁଅ ଟିଏ ଫ୍ରେଣ୍ଡ୍ ରିକେଷ୍ଟ ପଠାଇଲା।ଲିନା ମଧ୍ୟ କିଏ ଏଇ ଅଜଣା ପୁଅ ଭାବି ପ୍ରୋଫାଇଲ୍ ଖୋଲିଲା।ଦେଖିଲା ସମର ତ୍ରିପାଠୀ,କୋରାପୁଟ ମେଡିକାଲ୍ କଲେଜ ର ଷ୍ଟୁଡେଣ୍ଟ୍।ହୋମ ଟାଉନ ଭୁବନେଶ୍ଵର।ଲିନା ଖୁସି ହୋଇ ଆସେପ୍ଟ କରି ଦେଲା।ତା ପରଠୁ ଚାଲିଲା ଗପ ରେ ଗପରେ ଚାଟିଂ।ଦୁନିଆ ରଙ୍ଗୀନ ଲାଗିଲା ଲିନା କୁ।ଲିନା ଭୋକ,ଶୋଷ ଭୁଲିଗଲା।ନିଜ ବାପା ମା ଙ୍କ ସହ କଥା ହେବା ବି ଭୁଲିଗଲା।ଫୋନ ନୋ ଆଣି ଖାଲି ସମର ସହ କଥା ହେବାରେ ଲାଗିଲା।ସମର ବି ସେପଟେ ଲିନାକୁ କହୁଥାଏ ଏଇଟା ମୋ ଶେଷ ବର୍ଷ।ଏଇଠି ସରିଲେ ମୁମ୍ବାଇ ପଳେଇବି ସେଇଠି ହାର୍ଟ ଉପରେ ସ୍ପିସିଆଲିଷ୍ଟ ଉପରେ ପଢିବି।ତା ପରେ ମୁଁ ହାର୍ଟ ସର୍ଜନ ହୋଇଯିବି।ଲିନା କହିଲା ମୁ ବି ବି ଟେକ୍ ପରେ ଏମ୍ ଟେକ୍ କରିବି।କିନ୍ତୁ ତୁମେ ହାର୍ଟ ଉପରେ କାହିଁକି ପଢିବାକୁ ଚାହୁଁଛ? ସମର କହିଲା ତୁମ ସହିତ ସମ୍ପର୍କରେ ଆସିବା ପରଠୁ ମୋର ହାର୍ଟ ଆଉ ମୋର ନାହିଁ।ମୋ ହାର୍ଟ ଆଉ ମୋ କଥା ଶୁଣିବା ବନ୍ଦ କରି ଦେଇଛି।ଖାଲି ଲିନା ଲିନା ହୋଇ ଧକ୍ ଧକ କରୁଚି। ଏଇ ଲକ୍ଷଣ ସବୁ କାହିଁକି ହଉଚି ସେଇଥିପାଇଁ ମୁ ହାର୍ଟ ଉପରେ ପଢିବି।ତାକୁ ନିଜ ଆୟତ୍ତ ରେ ରଖିବି।ଲିନା ହସିଲା କହିଲା ଵୁଦ୍ଧୁ ଏଇଥିପାଇ କିଏ କଣ ପଢେ।

    ଦିନେ ଲିନା କୁ ଫୋନ କରି ସମର କହିଲା ମୁଁ ଭୁବନେଶ୍ଵର ଯିବି ଆଉ ୨ ଦିନ ପରେ।ମୋତେ ଦେଖା କରିବାକୁ ଆସିବ।ଲିନା କହିଲା କେତେବେଳେ ପହଞ୍ଚିବ? ସମର କହିଲା ଦିନ ୪ ଟାରେ।

ଲିନା କହିଲା: ହଁ ନିଶ୍ଚୟ ଯିବି।ଏତେ ଦିନ ଅଜଣା ମଣିଷ ସହ କଥା ହଉଥିଲି ଥରେ ନିଶ୍ଚୟ ଦେଖା କରିବି।

ସମର:କନ୍ ଖାଲି ଥରେ ଦେଖା କରିବ? ମୁଁ ତ ସପ୍ତାହେ ପର୍ଯ୍ୟନ୍ତ ରହିବି।ସବୁଦିନ ପ୍ଲିଜ ଦେଖା କରିବ।

         ଲିନା ଏବେ ସ୍ବପ୍ନ ସଜେଇବା ଆରମ୍ଭ କଲା।ପାଖ ମଲ ରୁ ଦି ତିନି ହଳ ଭଳିକି ଭଳି ଟପ୍ , ତା ସହ ସ୍କର୍ଟ୍ କିଣି ଆଣିଲା।କଲେଜ ବି ଯିବନି ବୋଲି ତିନି ଦିନ ପାଇଁ  ମନସ୍ଥ କରିନେଲା। ଭୁଲି ଯାଉଥିଲା ନିଜ ପରିବାରକୁ, ତାଙ୍କ ପ୍ରତି ଥିବା ତା କର୍ତ୍ତବ୍ୟ ବୋଧକୁ ତା ସହ ପରିବାରର ସମ୍ମାନକୁ ଓ ବିଶ୍ଵାସକୁ।

          ଅପେକ୍ଷାର ଦିନ ଆସିଲା।ଲିନା ଆଣ୍ଠୁ ଯାଏ ସ୍କର୍ଟ୍ ତା ଉପରେ ହାଲକା ନୀଳ ରଙ୍ଗର ଟପ୍ ପିନ୍ଧି ଷ୍ଟେସନ ଗଲା ସମର କୁ ରିସିଭ କରିବା ପାଇଁ।ସମର ଗୋଟେ ଗୋଲାପ ଫୁଲ ତୋଡା ଧରି ଆସିଥିଲେ। ଗୋଲାପ ଫୁଲ ତୋଡା ଟିକୁ ଦେଖି ଲିନା ଜାଣିପାରିଲା ସମର ଙ୍କୁ।ସଙ୍ଗେ ସଙ୍ଗେ ଦୋଉଡ଼ିକି ପାଖକୁ ଯାଇ କହିଲା ସମର?? ସମର କହିଲେ ହଁ ଲିନା କି ତୁମେ? ଲିନା ଦେଖିଲା ୫ ଫୁଟ ୧୦ ଇଞ୍ଚ ଲମ୍ବା ଶ୍ୟାମଳ ରଙ୍ଗର ଯୁବକ ସମର ଡେନିମ ବ୍ଲୁ ଜିନ୍ସ ଉପରେ ବ୍ଲାକ ସାର୍ଟ ରେ ବହୁତ୍ ହାଣ୍ଡସମ ଲାଗୁଛନ୍ତି। ଦି ଜଣ ମିଶି କଫିସୋପ ରେ ବସି କଫି ପିଇ କଥା ବାର୍ତ୍ତା ରେ ଲାଗିଗଲେ।ସମର ଲକ୍ଷ କଲେ ଲିନା ଖାଲି ଲାଜ କରୁଚି।ସମର ଙ୍କୁ ମୁହଁ ଉଠେଇ ଚାହୁଁ ନାହିଁ।ସମର ତା ହାତ ଉପରେ ହାତ ରଖି ଲିନା କୁ ପଚାରିଲେ ତୁମେ ମୋତେ ଭଲ ପାଉଛ କି? ମୁଁ ତୁମର ପସନ୍ଦ ହେଲି କି? ଲିନା ଲାଜ ମିଶା ସ୍ୱରରେ ହଁ କହିଲା। ସମର ବି ଖୁସି ହୋଇ କହିଲେ ଠିକ୍ ଅଛି ମୁ ଘରକୁ ଯାଉଛି। କାଲି ତୁମ ହଷ୍ଟେଲ ପାଖକୁ ଯିବି ଗାଡି ନେଇକି।ଲିନା ହଁ କହି ହଷ୍ଟେଲ ଫେରି ଆସିଲା। ତା ପର ଦିନ ଲିନା ଆହୁରି ସଜ ହୋଇ ଗୋଟେ ଗୋଲାପୀ ରଙ୍ଗ ର ବଡି ଫିଟିଂ ସଲୱାର୍ ପିନ୍ଧି  ସମର ଙ୍କ କାର ରେ ଦି ଜଣ ବୁଲିବାକୁ ଗଲେ ଖଣ୍ଡଗିରି, ଧଉଳି ଗିରି। ଖଣ୍ଡ ଗିରିରେ ସମର ଲିନା ର ପିଠିରେ ହାତ ପକେଇ ଚାଲିଲେ ଆଉ ଲିନା ଲାଜରେ ନିଜର ଚୁନି ସଜାଡୁ ଥାଏ ପୁଣି ସମର ଲିନା ର ଓଢାନିକୁ ଟାଣି ଖସେଇ ଦେଉଥାନ୍ତି।ଲିନା କୁ କହିଲେ ତୁମେ ଓଢନୀରେ ପିନ୍ ଦେଇକି ଆସିଲନି ଏମିତି ବାରମ୍ବାର ତାକୁ ସଜାଡୁଚ ମୁଁ ଟିକେ ଡିଷ୍ଟର୍ଫ ଫିଲ କରୁଛି।ଏହା କହି ଲିନା ର ଅଣ୍ଟା ଆଡେ ହାତ ବୁଲାଉ ଥାଆନ୍ତି ସମର।ଏହା ପରେ ସମର ଆଉ ଲିନା ରେଷ୍ଟୁରାଣ୍ଟ ଯାଇ ସେଇଠି ଲଞ୍ଚ କରି ଆଇଜି ପାର୍କ ଗଲେ।ଆଇଜି ପାର୍କ ରେ ମଧ୍ୟ ଗୋଟିଏ ଗଛ ତଳେ ଲିନା ଓ ସମର ବସିଲେ।ଲିନା ଟିକେ ଦୂରତା ରକ୍ଷା କରି କଥା ହେଉଥିବା ବେଳେ ସମର ଲିନା ର ବାହୁ କୁ ଧରି ନିଜ ପାଖକୁ ଟାଣି ନେଉଥାନ୍ତି।ଲିନା ର ଅଣ୍ଟା ଚାରି ପାଖରେ ହାତ କୁ ଛନ୍ଦି ତା କାନ୍ଧ ଉପରେ ମୁଣ୍ଡ ରଖି ମୋବାଇଲ ରେ ଧଉଳି ଓ ଖଣ୍ଡଗିରି ରେ ଉଠିଥିବା ଫୋଟୋ ଦେଖାଉଥନ୍ତି।ଏହି ଭିତରେ ଲିନା କୁ ଟିକେ ଡର ଲାଗିଲା।ସେ ସମର କୁ କହିଲା ମୋତେ ହଷ୍ଟେଲ ଛାଡ଼ି ଦିଅ ।ଲେଟ୍ ହୋଇଯିବ।ସମର ସଙ୍ଗେ ସଙ୍ଗେ କହିଲେ କିଛି ଭୁଲ କଲି କି? ତୁମକୁ ଖରାପ ଲାଗିଲା କି?।  ମୁଁ ତୁମକୁ ମୋର ମାନେ ନିଜର ଭାବି ଏମିତି ଧରିଥିଲି।ସଙ୍ଗେ ସଙ୍ଗେ ସମର ଲିନା କୁ ହଷ୍ଟେଲ ନେଇ ଛାଡ଼ି ଦେଲେ।ସେ ଦିନ ରାତିରେ ଲିନା ଭାବିଲା ସମର ମୋତେ ଏମିତି କାହିଁକି ଧରୁଥିଲେ ଆଉ ମୁଁ ଚାହିଁଲେ ବି କିଛି କହି ପାରୁ ନ ଥିଲି।ସମର ଆମ ପ୍ରେମ ଆରମ୍ଭ ରୁ ଏତେ ନିକଟତର ହେବା ଠିକ୍ ନୁହେଁ ବୋଲି ମନ ଭିତରେ ଭାବିଲା।ଆଉ ଭାବିଲା ସମର ଏମିତି ଆଉଥରେ କଲେ ନିଶ୍ଚୟ କହିବ।ତା ପର ଦିନ ଲିନା ଆଉ ବୁଲିବାକୁ ନ ଯାଇ କଲେଜ୍ ଗଲା।କିନ୍ତୁ ଦିନ ୨ ଟା ରେ ସମର ଫୋନ କରି ଭୁଲ ମାଗିଲେ ଆଉ କହିଲେ ଲିନା ଆଜି ମଲ ଯିବା।ପାର୍କ ରେ ମୁଁ ନିଜ ଉପରେ ନିୟନ୍ତ୍ରଣ ହରାଉଛି।ଏବେ ମୁ ଜାଣିପାରୁଛି ପ୍ରେମରେ ପଡିଲେ ମଣିଷ ନିଜ ଇନ୍ଦ୍ରିୟ ଉପରୁ ମଧ୍ୟ ନିୟନ୍ତ୍ରଣ ହରାଇ ବସେ।ଲିନା ଖୁସି ରେ ହଁ ମାରିଲା।ଲିନା ଓ ସମର ମିଶିକି ଉତ୍କଳ ଗ୍ୟାଲେରିଆ ମଲ ଗଲେ।ସେଇଠି ଲିନା ପାଇଁ ସମର ଗୋଟେ ମିନି ସ୍କର୍ଟ୍ ସାଙ୍ଗରେ ଟାଇଟ୍ ଟପ୍ କିଣିଦେଲେ।ଲିନା କୁ କହିଲେ ଟ୍ରିଆଲ ରୁମ୍ ରେ ପିନ୍ଧିବା ପାଇଁ। ଲିନା କହିଲା ମୁ ମିନି ସ୍କର୍ଟ୍ କେବେ ପିନ୍ଧିନି।କିନ୍ତୁ ସମର କହିଲେ ଥରେ ପିନ୍ଧିକି ଦେଖ ନ ଭଲ ଲାଗିଲେ ଚେଞ୍ଜ କରିଦେବା।ଲିନା ର ହଳଦୀ ରଙ୍ଗ ର ଦେହରେ ଡ୍ରେସ ଟି ପିନ୍ଧିବା ପରେ ସମର କହିଲେ ତୁମେ ଏବେ ଚାଲ।ଗୋଟେ ଜାଗା କୁ ଯିବା।ଲିନା ପଚାରିଲା କୁଆଡେ? ସମର କହିଲା ମୋ ସାଙ୍ଗର ମାମୁଁ ଡାଇରେକ୍ଟର ଅଛନ୍ତି ଫିଲ୍ମ ଲାଇନ ରେ।ତୁମ ପାଇଁ କଥା ହୋଇକି ଆସିବି।ଲିନା ଖୁସି ହୋଇ କହିଲା ନାଇଁ ନାଇଁ ସେମିତି କିଛି ନାହି।ମୁ ଏତେ ବି ସୁନ୍ଦର୍ ନୁହେଁ।ସମର ଟିକେ ଚୁପ ହୋଇ ଭାବିକି କହିଲେ ଲିନା କୁ କହିଲା ଆଜି ସନ୍ଧ୍ୟା ହୋଇଗଲାଣି ହଷ୍ଟେଲ ଯିବ।କାଲି ଆସ ଆମ ଘର ବୁଲିକି ଯିବ।ସୁବିଧା ଅସୁବିଧାରେ ମୋ ପାପା ମାମା ଙ୍କୁ କହିପାରିବ ତା ସହ ଦେଖା ହୋଇଯିବ। ଭବିଷ୍ୟତରେ କାମରେ  ଆସିବ।ତୁମ ବ୍ୟବହାର ମା ଙ୍କୁ ଭଲ ଲାଗିଲେ ଆଉ କିଛି ଅସୁବିଧା ନାହିଁ।ଲିନା ଏବେ ପୁରା ପୁରି ବିଶ୍ୱାସ କରି ଯାଇଥିଲା ସମର ଙ୍କୁ।ହଷ୍ଟେଲ ଯାଇ ନିଜ ମା ବାପାଙ୍କ ସହ ଖୁସି ରେ କଥା ହେଲା।ସମର ର ମା ବାପାଙ୍କ ସହ ଦେଖା ହେବ ସେଇଠି ପାଇଁ ଲିନା ନିଜକୁ ନାଲି ରଙ୍ଗର ଗାଉନ ପିନ୍ଧି ସମର ଙ୍କ କାର ରେ ବସି ଗଲା।ସମର ଙ୍କ ଗାଡ଼ି ଲାଗିଲା ଆଦିତ୍ୟ ହୋଟେଲ ସାମ୍ନାରେ।ଲିନା ପଚାରିଲା ଏଇଠି କନ୍ ଗାଡ଼ି ରଖିଲ? ସମର କହିଲେ ଏଇ ହୋଟେଲ ଟି ଆମର।ଆଉ ଗୋଟେ ହୋଟେଲ୍ ସମ୍ରାଟ ମଧ୍ୟ ଅଛି ଆମର ଓଲ୍ଡ ଟାଉନ ରେ। ଆସ ବାପା ଙ୍କୁ ଦେଖା କରିବା।ସମର ପଛେ ପଛେ ଚାଲିଲା ଲିନା। ଆଦିତ୍ୟ ହୋଟେଲ ର ୧୦୨ ନୋ.ରୁମ୍ କୁ।ସମର ରୁମ୍ ଲକ୍ କରିଦେଲେ।କହିଲେ ଲିନା ଏଇଠି ବସିଥାଅ ମୁ ବାପା ଙ୍କୁ ନେଇକି ଆସୁଛି।କିଛି ସମୟ ପରେ ପୁଣି ସମର ଫେରି ଆସି କହିଲେ ବାପା ବୋଧେ ସେଇ ସମ୍ରାଟ ହୋଟେଲ ଯାଇଛନ୍ତି।ହଉ ଚାଲ ତୁମେ ଆଉ ମୁ ଏବେ କିଛି ଏକଲା ସମୟ କାଟିବା।ଏବେ ତ ଦିନ ୧୧,ହୋଇଛି ହଷ୍ଟେଲ ଯିବା ପାଇଁ ଆହୁରି ସମୟ ଅଛି।ସମର ଏବେ ନିଜର ଅସଲି ରୂପ ଦେଖେଇବା ଆରମ୍ଭ କଲା।ସମର ନିଜ ସାର୍ଟ ଖୋଲିଲା। ଏହା ଦେଖି ଲିନା ପୁରା ଡରି ଗଲା।ସମର ଏମିତି ମିଛ କହି ମୋତେ ଧୋକା ଦିଅନି। ମୁଁ ମୋତେ ....ଛାଡ଼ିଦିଅ ସମର।ସମର କହିଲେ ଲିନା କିଛି କରିବିନି ମୁଁ।ଖାଲି ଦି ଜଣ ମିଶି କଥା ହେବା।ଏହା କହି ଲିନା ର କୋଳରେ ମୁଣ୍ଡ ରଖି ଶୋଇଲେ।ଲିନା ମଧ୍ୟ ସମରଙ୍କ ସହ ଗପସପ କରି ଟିକେ ଫ୍ରି ହେଲା।କିଛି ସମୟ କଥା ହେଲା ପରେ ଲିନା କୁ କହିଲେ ଗୋଟେ ଗିଫ୍ଟ ଆଣିଚି ତୁମ ପାଇଁ।ଯାଇକି ବାଥ୍ ରୁମ୍ ରେ ଖୋଲିବ ଆଉ ପିନ୍ଧି ଆସିବ।ଲିନା ବାଥ୍ ରୁମ୍ ଯାଇକି ଡ୍ରେସ ଚେଞ୍ଜ କରି ବାହାରକୁ ଆସିଲା।ଲିନା ବାଥରୁମ୍ ରୁ ବାହାରକୁ ବାହାରି ନିଜ ଜଙ୍ଘ ଆଉ ଶରୀର କୁ ଲୁଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥାଏ।କିନ୍ତୁ ସମର ଦୌଡ଼ି ଯାଇ ତାକୁ ବେଡ୍ ଉପରକୁ ସଙ୍ଗେ ସଙ୍ଗେ ଟେକି ନେଇ ତାର ଦେହ ଉପରେ ହସ୍ତ ଚାଳନା କରିଲେ। ସମର ଙ୍କ ଗରମ ନିଃଶ୍ୱାସ ଦ୍ଵାରା ଲିନା ମଧ୍ୟ ଯାବୁଡ଼ିକି ଧରିଲା ସମରଙ୍କୁ।ହୁଏତ ଲିନା ମଧ୍ୟ ଅନୁମତି ଦେଇ ଦେଲା।ଏବେ ସମର ଲୁଣ୍ଠନ କରି ଚାଲିଲା ଲିନା ର ଯୌବନ କୁ।ଲିନା ର ଯୌବନ ଭରା ଦେହ ଯାହାକୁ ପାଇବାକୁ ସମର ଏତେ ଚେଷ୍ଟା କରିଥିଲା ତାହାକୁ ସେ ଆଜି ପାଖରେ ପାଇ ପ୍ରେମ ପିଶାଚ ପାଲଟି ଥିଲା।ସମର ନିଜର ଭୋକ ମେଣ୍ଟାଇବା ପରେ  ପରେ ସେହି ରୁମ୍ କୁ ପଶି ଆସିଲେ ଆଗରୁ ଅପେକ୍ଷା କରିଥିବା ଆହୁରି ୪ ଜଣ ପିଶାଚ।ଲିନା କାନ୍ଦି କାନ୍ଦି ନେହୁରା ହେଉଥାଏ।ଏପଟେ ପିଶାଚ ମାନେ ତା ଉପରେ ଅତ୍ୟାଚାର କରୁଥାନ୍ତି।ତା ଦେହ କୁ ଦଳି ଚକଟି ଦେଉଥାନ୍ତି।ସମର ଲିନା କୁ କହିଲା ମୁଁ ହେଲି ପ୍ରେମ ପିଶାଚ।ପ୍ରଥମେ ଜୀବନ ଭରି ପ୍ରେମ କରିବି ତା ପରେ ସର୍ବସ୍ବ ଲୁଟି ନେବି।ତୁ ନିଜେ ଆସିଛୁ ହୋଟେଲ କୁ ପୁଣି ଏହି ଡ୍ରେସ ରେ।କାହାକୁ କହିବୁ ଯଦି ବାହାରେ ଯାଇ କହିପାରୁ।ତୋ ଫଟୋ ମୋ ମୋବାଇଲ ରେ ରଖିଛି।କାନ୍ଦି ଚାଲିଥାଏ ଲିନା।


         ଲିନା ଭଳି ଝିଅମାନେ ବାପା ମା ଙ୍କ ବିଶ୍ୱାସ ଭାଙ୍ଗି କୌଣସି ପୁଅକୁ ସୋସିଆଲ ମିଡିଆ ରେ ଅନ୍ଧ ଭଳି ବିଶ୍ୱାସ କରି ଭଲ ପାଇବା ଠିକ୍ ନୁହେଁ।ଏହା ଦ୍ବାରା କେବେ କେବେ ଏହି ଭଳି ପରିସ୍ଥିତି ମଧ୍ୟ ଉପୁଜି ଥାଏ ଯାହା ଝିଅଟିର ଜୀବନକୁ ଛାରଖାର କରିଦିଏ।

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.