କୃତଜ୍ଞତା
କୃତଜ୍ଞତା
ବହୁତ ଦିନ ତଳ ର କଥା। ସେତେବେଳେ ଆମେରିକା, ୟୁରୋପ ତଥା ମଧ୍ୟ-ଏସିଆ ର ଦେଶ ମାନଙ୍କରେ କ୍ରୀତଦାସ ପ୍ରଥା ପ୍ରଚଳିତ ଥିଲା। ଗ୍ରୀସ ଦେଶର 'ଏଥେନେସ୍' ନାମକ ନଗରୀରେ ଜଣେ ଧନୀ ଜମିଦାର ରହୁଥିଲେ। ତାଙ୍କ ପାଖରେ ଅନେକ କ୍ରୀତଦାସ ଥିଲେ।
ଜମିଦାର ଜଣକ ଅତ୍ୟନ୍ତ ନିଷ୍ଠୁର ସ୍ଵଭାବର ଥିଲେ। କଥା କଥାରେ ସେ ସେହି ଚାକର ମାନଙ୍କୁ ବେତରେ ପିଟୁଥିଲେ; ଓ ତାଙ୍କର ଖାଇବା ବନ୍ଦ କରିଦେଉଥିଲେ। ଜଞ୍ଜୀରରେ ବାନ୍ଧି ନାନା ପ୍ରକାର କଷ୍ଟ ଦେଉଥିଲେ। ଏହି ନର୍କ-ଯନ୍ତ୍ରଣା ପରି କଷ୍ଟରେ ପୀଡା ପାଇ ଆଣ୍ଡ୍ରୋକ୍ଲିସ୍ ନାମକ ଗୋଟିଏ କ୍ରୀତଦାସ ସେଠାରୁ କିପରି ଚାଲି ଆସିବା ଚିନ୍ତା କଲା।
ଥରେ ଅନ୍ଧାର ରାତିର ସୁଯୋଗ ପାଇ ସେ ସେହି ଜମିଦାର ଘରୁ ଖସି ଆସି ରାତି ଯାକ ଚାଲିଚାଲି ଏକ ଘଞ୍ଚ ଜଙ୍ଗଲରେ ଯାଇ ପହଞ୍ଚିଲା ଏବଂ ଏଥର ସେ ସେହି ଜଙ୍ଗଲ ଭିତରେ ରହିବ ବୋଲି ବିଚାର କଲା। କାରଣ ଜଙ୍ଗଲ ବାହାରକୁ ଗଲେ ପୁଣି ଧାରା ପଡି ମୃତ୍ୟୁଦଣ୍ଡ ପାଇବାର ଭୟ ଥିଲା। ଦିନେ ସେ ଜଙ୍ଗଲରେ ବୁଲୁବୁଲୁ ଏକ ଗଛ ତଳେ ଗୋଟିଏ ସିଂହ ବସିଥିବାର ଦେଖିଲା। ସେ ଭବିଲା- ସିଂହ ଟି ନିଶ୍ଚୟ ତାକୁ ଆକ୍ରମଣ କରି ଖାଇଦେବ, କିନ୍ତୁ ସିଂହ ଟି ସେପରି କିଛି ନକରି ତା ଡାହାଣ ପାଦ କୁ ଟେକି ତାକୁ ଦେଖାଇଲା, ଆଣ୍ଡ୍ରୋକ୍ଲିସ୍ ଦେଖିଲା ତାର ସେହି ଡାହାଣ ପାଦରେ ଗୋଟିଏ ବଡ଼ କଣ୍ଟା ପଶି ଲାଖିଯାଇଛି। ସେ ସିଂହ ପାଦ ପାଖକୁ ଯିବାକୁ ଡରୁଥିଲା, କିନ୍ତୁ ସିଂହ ଟି ପୁଣି ତା ପାଦ କୁ ଆଉଥରେ ଦେଖାଇଲା, ସେ ସେହି ସିଂହ ର ଚେହେରାରେ ରାଗ ବଦଳରେ କଷ୍ଟ ଅନୁଭବ କରୁଥିବାର ଦେଖିଲା। ଏଥର କ୍ରୀତଦାସ ର ମନରେ ଦୟା ଆସିଲା। ସେ ଭବିଲା ନିଷ୍ଠୁର ମାଲିକ ହାତରେ ଧରା ପଡି ମାରିବା ଅପେକ୍ଷା, ସିଂହ ମୁଖରେ ପଡି ମାରିବା ବରଂ ଭଲ।
ସେ ଧୀରେ ଧୀରେ ସିଂହ ପାଖକୁ ଯାଇ ତା ପାଦ କୁ ଧରି ସେଥିରେ ପଶିଥିବା ବଡ଼ କଣ୍ଟା ଟିକୁ କାଢିଦେଲା। ସିଂହ କିଛି ସମୟ ତାକୁ କୃତଜ୍ଞତା ଦ୍ରୁଷ୍ଟି ରେ ଚାହିଁଲା ଓ ଧୀରେ ଧୀରେ ଜଙ୍ଗଲ ବିତରକୁ ଚାଲିଗଲା। ଦୁହେଁ ସେହି ଜଙ୍ଗଲରେ ରହୁଥିବାରୁ ପରସ୍ପର ବନ୍ଧୁ ହୋଇଗଲେ। ଏମିତି କିଛି ଦିନ ଚାଲିଗଲା।
ଦିନେ ସେ ଗୋଟିଏ ଗଛ ତଳେ ବସିଥିବା ବେଳେ ଜଙ୍ଗଲ କୁ ଶିକାରପାଇଁ ଆସିଥିବା ରାଜାଙ୍କର ସୈନିକ ମାନେ ତାକୁ ଦେଖିଲେ ଓ ବାନ୍ଧିନେଇ ରାଜାଙ୍କ ପାଖରେ ହାଜର କରାଇଲେ। ଆଣ୍ଡ୍ରୋକ୍ଲିସ୍ ଘରୁ ଖସି ପଳାଇଛି ବୋଲି ଜମିଦାର ରାଯଙ୍କୁ କହିଦେଇଥିଲା।
ତେଣୁ ରାଜା ତାକୁ ଜେଲ୍-ଖାନା ରେ ବନ୍ଦ କରି ରଖିଲେ। ଓ କିଛିଦିନ ପରେ ତାର ବିଚାର କରାଯିବ ବୋଲି ହୁକୁମ ଦେଲେ, ଶେଷରେ ତାକୁ ଗୋଟିଏ ଭୋକିଲା ସିଂହ ଆଗରେ ଛାଡିବାକୁ ଆଦେଶ ହେଲା। ଚାରିପଟେ ଲୁହାବାଡ଼ ଲାଗିଥିବା ଗୋଟିଏ ପଡ଼ିଆ ଭିତରେ ତାକୁ ଛାଡିଦିଆଗଲା। ବାଡ଼ ର ପଛପଟେ ଲୋକାମାନେ ବସି ଦେଖିବା ପାଇଁ ସୁବିଧା କରଯାଇଥିଲା। ଏକ ଉଚ୍ଚ ମଞ୍ଚ ଉପରେ ରାଜା, ମନ୍ତ୍ରୀ ଓ ରାଜ କର୍ମଚାରୀ ମାନଙ୍କ ବସିବା ପାଇଁ ସ୍ଵତନ୍ତ୍ର ସୁବିଧା କରଯାଇଥିଲା।
ତା' ପରେ ଆଗରୁ ପିଞ୍ଜରା ରେ ଧରାହୋଇ ରହିଥିବା ଗୋଟିଏ ଭୋକିଲା ସିଂହ କୁ ତା ଭିତରେ ଛାଡି ଦିଆଗଲା, ଭୋକିଲା ସିଂହ ଟି ଖାଇବା ଆଶାରେ ଆଣ୍ଡ୍ରୋକ୍ଲିସ୍ ନିକଟକୁ ଦଉଡି ଆସିଲା, କିନ୍ତୁ ତା ପାଖରେ ପହଞ୍ଚି ହଠାତ୍ ରହିଗଲା।
ସିଂହ ଟି କିଛି ସମୟ ତାକୁ ଦେଖିଲା ଓ ଜାଣିପାରିଲା ଯେ ଇଏ ତାର ସେଇ ଜଙ୍ଗଲ ବନ୍ଧୁ, ତା ପରେ ମୁଣ୍ଡ ନୁଆଇଁ ଠିକ୍ ପୋଷା ଜୀବ ଭଳି ତା' ପାଖକୁ ଆସି ତା ଦେହରେ ଘଷି ହେଲା। ଚାକର ଟି ମଧ୍ୟ ସିଂହ କୁ ଚିହ୍ନି ପାରିଲା ଓ ତା ପାଖରେ ବସି ପଡି ତ ଦେହ କୁ ଆଉଁଷିବାରେ ଲାଗିଲା।
ଏହି ଭଳି ଦୃଶ୍ୟ ଦେଖି ରାଜାଙ୍କ ସହିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, ତା ପରେ ରାଜା ଆଣ୍ଡ୍ରୋକ୍ଲିସ୍ କୁ ଡାକୁ ଏପରି ଘଟଣା ର କାରଣ କ'ଣ ପଚାରିବାରୁ ସେ ରାଜାଙ୍କ ଆଗରେ ଆଗରୁ ଘଟିଥିବା ସବୁ କଥା କହିଲା, ସବୁ କଥା ଶୁଣିବା ପରେ ରାଜା କହିଲେ- "ପଶୁ ଟିଏ ହୋଇ ମଧ୍ୟ ଉପକାର ବଦଳ ରେ ଯଦି ସେ ପ୍ରତି-ଉପକାର କରିପାରୁଛି, ଆମେମାନେ ମଣିଷ ହୋଇ ଏଥିରୁ ଶିକ୍ଷା ଲାଭ କରିବା ଦରକାର।"
ତା' ପରେ ରାଜା ଆଣ୍ଡ୍ରୋକ୍ଲିସ୍ କୁ ବହୁତ ଧନ ଦେଇ ତା' ନିଜ ରାଜ୍ୟ କୁ ଯିବା କୁ ଅନୁମତି ଦେଲେ ଓ ସିଂହ କୁ ମୁକ୍ତ କରି ପୁଣି ଜଙ୍ଗଲ ରେ ଛାଡିଦେଲେ।
ଉପକାର ବଦଳ ରେ ପ୍ରତି-ଉପକାର
ଭୁଲ ଥିଲେ spelling କହିବେ, କାରେକ୍ଶନ କରିଦେବି...
Leave a Comment