ଅନ୍ୟ ର ସୁଖ ହିଁ ପ୍ରକୃତ ସୁଖ
ଅନ୍ୟ ର ସୁଖ ହିଁ ପ୍ରକୃତ ସୁଖ
ଜଣେ ଯୁବକ ଏକୁଟିଆ ରହୁଥିଲା। ତା'ର ଖାଇବା, ପିଇବା, ଟଙ୍କାପଇସା କେଉଁଥିରେ ଅଭାବ ନଥିଲା। ହେଲେ ତାକୁ କିଛି ଭଲ ଲଗୁନଥିଲା। ଜୀବନଟା ଖାଲିଖାଲି ନୀରସ ଲାଗୁଥିଲା। ସେ ମନ ଖୋଲି ହସିବାକୁ ଚାହିଁଲେ ବି ମନଖୋଲି ହସି ପାରୁନଥିଲା। ଥରେ ସେ ବଜାର କୁ ଯାଇଥିଲା, ଦେଖିଲା ଗୋଟେ ଫଳ ଦୋକାନ ରେ ଆଖି ଦୃଷ୍ଟିଆ ବଡବଡ ମିଠା ପାଚିଲା ଆମ୍ବ ବିକ୍ରି ହେଉଛି, ସେ ସେଥିରୁ କିଛି ଆମ୍ବ କିଣି ସେଇଠି ବସି ପେଟପୂରା ଖାଇଲା।ତଥାପି ତ ମନରେ ଆନନ୍ଦ ନଥିଲା। ଏତେ ମିଠା ଆମ୍ବ ଖାଇଲା ପରେ ବି ତା' ମନ ଫିକା ଫିକା ଲାଗୁଥିଲା। କିଛି ଦିନ ପରେ ତା ବିବାହ ହେଲା। ପୁଅଝିଅ ମଧ୍ୟ ଦୁଇ ତିନୋଟି ହେଲେ। ତା'ର କିଛି ଦିନ ପରେ ସେ ଆଉଥରେ ବଜାର କୁ ଯାଇ ସେଇ ଫଳ ଦୋକାନ ପାଖରେ ପହଞ୍ଚିଲା। ଦେଖିଲା ମିଠା ମିଠା ଆମ୍ବ ବିକ୍ରି ହେଉଛି। ସେ କିଛି ମିଠା ଆମ୍ବ କିଣିଲା। ଏଥର ସେ ଆମ୍ବ ଖାଇବାକୁ ଇଚ୍ଛା କରି ମଧ୍ୟ ଏକୁଟିଆ ଖାଇପରିଲାନି; ଘରକୁ ନେଇ ଆସିଲା। ବାପାଙ୍କ ହାତ ରେ ଆମ୍ବ ପ୍ୟାକେଟ୍ ଦେଖି ପିଲାମାନେ ଦୌଡି ଆସିଲେ। ବାପା ଆସିଲେ... ବାପା ଆସିଲେ...- କହି ବାପାଙ୍କ ହାତରୁ ଆମ୍ବ ପ୍ୟାକେଟ୍ ଟିକୁ ନେଇ ମନ ଖୁସିରେ ବସି ସବୁତକ ଆମ୍ବ ଖାଇଦେଲେ। ଲୋକଟି ପିଲା ମାନଙ୍କୁ ମନ ଖୁସିରେ ଆମ୍ବ ଖାଇବାର ଦେଖି ମନେ ମନେ ଏତେ ଖୁସି ହେଲା ଯେ... କହିଲେ ନସରେ। ଏବେ ସେ ତା'ର ପ୍ରକୃତ ଖୁସି ବିଷୟରେ ଅବଗତ ହୋଇସାରିଥିଲା।
ତେଣୁ ପ୍ରକୃତରେ ନିଜେ ଖାଇବା ଅପେକ୍ଷା ନିଜ ଲୋକ ମାନଙ୍କୁ ତଥା ଅଭାବ ଅସୁବିଧା ଭୋଗୁଥିବା ଲୋକମାନଙ୍କୁ ଖୁଆଇବାରେ ପ୍ରକୃତ ସୁଖ ମିଳିଥାଏ।
ସ୍ପେଲିଂ ମିସ୍ଟେକ ଥିଲେ କହିବେ, ଠିକ କରିଦେବି।
❤️
ReplyDelete