ସଫଳତା ର ରହସ୍ୟ

ସଫଳତା ର ରହସ୍ୟ

ଭୟଙ୍କର ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ଅର୍ଜୁନ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମଧ୍ୟରେ ମୁହାଁମୁହିଁ  ଯୁଦ୍ଧ ହେଲା ସେତେବେଳେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ବାଣଗୁଡିକୁ ଅର୍ଜୁନ ଅଧାବାଟରୁ କାଟି ଦେଉଥିଲେ; ମାତ୍ର ଅର୍ଜୁନଙ୍କ ବାଣରେ ଦ୍ରୋଣ ଘାଇଲା ହୋଇଯାଉଥିଲେ। ଅର୍ଜୁନର ଶକ୍ତି ଦେଖି ଦୁର୍ଯ୍ୟୋଧନକୁ ବୁଝାଇ କହିଲେ- "ମୁଁ ବହୁତ ଦିନ ହେଲା ରାଜପରିବାର ସୁଖସୁବିଧା ଉପଭୋଗ କରିଆସିଲିଣି, ଅଭ୍ୟାସ ନକରିବା କାରଣରୁ ମୋର ଶକ୍ତି କମିଯାଇଛି, ମାତ୍ର ୟା ଭିତରେ ଅର୍ଜୁନ ପ୍ରତ୍ୟେକ ବେଳେ କଠିନତା ଓ ବାଧା-ଅସୁବିଧା ସାଙ୍ଗରେ ଲଢି ଲଢି ଆସିଛି। ତାର ସଂଘର୍ଷ ଭରା ଅଭ୍ୟାସ ହିଁ ତାର ଶକ୍ତି କୁ ବଢାଇ ଦେଇଛି। ସୁବିଧା ସମ୍ପନ୍ନ ଲୋକ ନିଜର ପ୍ରକୃତ ଶକ୍ତି ହରାଇ ଦେଇଥାଏ କିନ୍ତୁ ବାରମ୍ବାର ଅଭ୍ୟାସ ଦ୍ଵାରା ଶକ୍ତି ସାଧନାରେ ପରିଣତ ହୋଇ ଅଧିକରୁ ଅଧିକ ବଢି ବଢି ଯାଏ। ସଂଘର୍ଷ ଓ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ସର୍ବଦା ଗତିଶୀଳ ଆଟେ। ଏହା ହିଁ ଅର୍ଜୁନର ଯୁଦ୍ଧରେ ସଫଳତାର ରହସ୍ୟ ଅଟେ।"

ସଂଘର୍ଷ ଓ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ସର୍ବଦା ଗତିଶୀଳ ଆଟେ।

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.