ସତ୍ ଚିନ୍ତା

ସତ୍ ଚିନ୍ତା
ଜଣେ ବ୍ୟକ୍ତି ଗାଁ ରୁ ଆସି ସହର ରେ ରହିଲେ। ସେଠାରେ ସେ ଘରଦ୍ଵାରା, ସଂସାର କରି ଜଣେ ବଡ ଧନୀ ବ୍ୟକ୍ତି ଭାବରେ ପରିଚିତ ହେଲେ।ଠାରେ ସେ ଧନୀଲୋକ ନିଜ ପୁଅକୁ ନିଜ ଗାଁ କୁ ବୁଲାଇବାକୁ ନେଲେ। ସେ ପୁଅକୁ ବୁଝାଇବାକୁ ଚାହୁଁଥିଲେ ଯେ- ଧନୀ ଓ ଗରିବ ଭିତରେ କି ଫରକ ଅଛି। ଗାଁ ର ଲୋକମାନେ କେତେ ଅସହାୟ, ଭାଗ୍ୟହୀନ ଓ ସେ କେତେ ଶକ୍ତିଶାଳୀ ଓ ଭାଗ୍ୟବାନ। ସେ ନିଜ ପୁଅ କୁ ନେଇ ପୂର୍ବ ପରିଚିତ ଜଣେ ଗରିବ ଲୋକ ଘରେ କିଛିଦିନ ରହିଲେ ଓ ଘରକୁ ଫେରିବା ବାଟା ରେ ନିଜ ପୁଅକୁ କହିଲେ - ପୁଅ ! ଦେଖିଲୁ ତ ଗାଁ ର ଲୋକ ମାନେ କେତେ ଦରିଦ୍ର ଭାବରେ ଜୀବନ ବିତାଉଛନ୍ତି। ପୁଅ କହିଲା ହଁ ବାପା - ଆମ ଘରେ ଗୋଟେ କୁକୁର ଅଛି ଆଉ ତାଙ୍କ ଘରେ ଚାରିଟା ଅଛନ୍ତି। ଆମ ଘରେ ଗୋଟେ ଛୋଟ ସ୍ଵୀମିଂ-ପୁଲ ଅଛି ଆଉ ତାଙ୍କ ପାଖରେ ବହି ଯାଉଥିବା ଗୋଟେ ବଡ ନଈ ଅଛି। ଆମ ଘରେ ରାତିରେ ଜାଳିବ ପାଇଁ ହାତ ଗଣତି କେତୋଟି ଦାମୀ ବତୀ ଅଛି, ଆଉ ତାଙ୍କ ପାଖରେ ଦୀପାଳୀ ଆଲୋକ ଭଳି ଅସଂଖ୍ୟ ତାରା ଅଛନ୍ତି। ଆମେ ନିଜର ଖାଦ୍ୟ ବଜାର ରୁ କିଣି କରି ଖାଉଛେ ଆଉ ସେ ନିଜ ଖାଦ୍ୟ ନିଜ କ୍ଷେତରେ ଅମଳ କରୁଛନ୍ତି। ଆମ ଘରେ ଏକ ଛୋଟ ପରିବାର ଅଛନ୍ତି, ଆଉ ସାରା ଗାଁ ତ ତାଙ୍କର ପରିବାର ଅଟନ୍ତି। ଖୋଲା ରେ ବୁଲିବା ପାଇଁ ଆମ ପାଖରେ ଗୋଟେ ଛୋଟ ବଗିଚା ଅଛି, ଆଉ ତାଙ୍କ ପାଖରେ ବିଶାଳ ପୃଥିବୀ ଅଛି। ଆମେ ନିଜକୁ ରକ୍ଷା କରିବା ପାଇଁ ଘର ଚାରିପଟେ ଏକ ବଡ ପାଚିରୀ ବୁଲାଇଛୁ; ଆଉ ତାଙ୍କୁ ରକ୍ଷା କରିବା ପାଇଁ ତାଙ୍କ
ପାଖରେ ଭଲ ଭଲ ସାଙ୍ଗ ସାଥି ଅଛନ୍ତି। ପୁଅ ର ଏହି ଭଳି କଥା ଶୁଣି, ଧନୀ ବ୍ୟକ୍ତି ଜଣକ ଆଉ କିଛି କହି ନପାରି ଚୁପ ରହିଲେ। ସେଠୁ ପୁଅ କହିଲା- "ବାପା ପ୍ରକୃତ ରେ ଆମେ କେତେ ଗରିବ ଅଟୁ, ଏଇ କଥା ବୁଝାଇବା ପାଇଁ ଆପଣ ମୋତେ ନିଜ ଗାଁ କୁ ନେଇଥିଲେ।"

ତେଣୁ ଯେଉଁ ମାନଙ୍କର ଉତ୍ତମ ଚିନ୍ତାଧାରା, ଉତ୍ତମ ମନ ସେମାନେ ସବୁଠାରେ ଭଲ କୁ ହିଁ ଦେଖନ୍ତି। ଖରାପ କଥା ତାଙ୍କ ମନ କୁ ସ୍ପର୍ଶ କରିପାରେ ନାହିଁ ।



ଭଲ ଚିନ୍ତା କର। 

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.