କ୍ରୋଧ ର ଉପଚାର
କ୍ରୋଧ ର ଉପଚାର
ଜଣେ ସ୍ତ୍ରୀ ଲୋକ ଥିଲା। ସେ ଟିକିଏ ଟିକିଏ କଥାରେ ରାଗିଯାଉଥିଲା। ତାର ଏପରି ଖରାପ ସ୍ଵଭାବ ଯୋଗୁ ତା ପରିବାର ଲୋକମାନେ ବିବ୍ରତ(ବ୍ୟସ୍ତ) ହୋଇଯାଉଥିଲେ। ଠାରେ ଜଣେ ସାଧୁ ତାଙ୍କ ଘରକୁ ଆସିଲେ। ସ୍ତ୍ରୀ ଲୋକ ଟି ସାଧୁ ଙ୍କୁ କହିଲା- ମହାରାଜା ମୁଁ ପ୍ରତି କଥାରେ ରାଗିଯାଉଛି, ମୁଁ ଚାହିଁଲେ ମଧ୍ୟ ରଗକୁ ଦମନ କରିପାରୁ ନାହିଁ। କିପରି ମୁଁ ମୋ ରାଗକୁ ଆୟତ୍ତ କରିପାରିବି ଦୟା କରି ତା ପାଇଁ କିଛି ଉପାୟ ବତାଇବେ କି? ଏକଥା ଶୁଣି ସାଧୁ ଜଣକ ନିଜ ଝୋଲିରୁ ଗୋଟେ ବୋତଲ କାଢିଲେ, ଏବଂ ସେହି ସ୍ତ୍ରୀ ଲୋକ କୁ ଦେଇ କହିଲେଏହି ଶୀଶୀ ରେ କିଛି ପାଣି ଔଷଧ ଅଛି ତାହା ବୁନ୍ଦା ବୁନ୍ଦା ହୋଇ ବାହାରିବ। ଯେତେବେଳେ ତୁମକୁ ରାଗ ଆସିବା ସେତେବେଳେ ତୁମେ ଏହି ଔଷଧ; ସେ ପର୍ଯ୍ୟନ୍ତ ସେବନ କରିବ, ଯେ ପର୍ଯ୍ୟନ୍ତ ତୁମର ରାଗ ଶାନ୍ତ ନ ହୋଇଛି। ମୁଁ କିଛି ଦିନ ଛାଡି ଆସିବି କହି, ସାଧୁ ଜଣକ ଚାଲିଗଲେ।
ଠିକ୍ ସାତଦିନ ପରେ ସାଧୁ ପୁଣି ସେଇ ସ୍ତ୍ରୀ ଲୋକର ଘରକୁ ଆସିଲେ। ସାଧୁଙ୍କୁ ଦେଖି ସ୍ତ୍ରୀ ଲୋକ ଟି ତାଙ୍କ ପାଦ ତଳେ ପଡି ପ୍ରଣାମ କରି କହିଲା- ମହାରାଜ, ଆପଣ କି ପ୍ରକାର ଔଷଧ ଦେଲେ- ଯଦ୍ୱାରା ସାତ ଦିନ ଭିତରେ ମୋର କ୍ରୋଧ ରୂପକ ରୋଗ ଦୂର ହୋଇଗଲା! ଏବେ ମୋତେ ଆଉ ରାଗିବାକୁ ଇଚ୍ଛା ହେଉନାହିଁ। ଏକଥା ଶୁଣି ସାଧୁ ମହାତ୍ମା କହିଲେ ଝିଅ ! ସେହି ବୋତଲ ରେ କୌଣସି ପ୍ରକାର ଔଷଧ ନଥିଲା, କେବେଳ ଜଳ ଥିଲା। ରାଗ କୁ ନିୟନ୍ତ୍ରଣ ରେ ରଖିବାର ସବୁଠାରୁ ସରଲା ଉପାୟ ହେଲା, ନିଜ ମୁଖକୁ ବନ୍ଦ ରଖିବା। ରାଗ ରେ ମଣିଷ ଯେତିକି ଇଆଡୁ ସିଆଡୁ କହିଚାଲେ କଥା ସେତିକି ବଢିଯାଏ, ଓ ଶେଷରେ ମାଡ଼ପିଟା, ଝଗଡ଼ା ଭଳି ପରିସ୍ଥିତି ଆସି ପହଞ୍ଚିଯାଏ। ସ୍ତ୍ରୀ ଲୋକ ଟି ସାଧୁ ମହାରାଜା ଙ୍କ କଥା ବୁଝିପରି କହିଲା ଯଦି ଆମେ ରାଗ ବେଳେ କେବଳ ଚୁପ ରହିଯିବା ତେବେ ଅଯଥାରେ କଳି ଝଗଡ଼ା ସୃଷ୍ଟିହେବ ନାହିଁ।
ନୀରବତା ହିଁ କ୍ରୋଧ ର ଅବ୍ୟର୍ଥ ଔଷଧ !
Leave a Comment