ଆମ ଇଂଲିଶ ଦିଦି
ଆମ ଇଂଲିଶ ଦିଦି
ସଂଗ୍ରହ: ଜିତୁ
ସୌଜନ୍ୟ :- ଆନିମେସନ ଓଡ଼ିଶା
ଆଜି ବି ସେ ଦିନ କଥା ମନେ ଅଛି, ସ୍କୁଲ ରେ ବୋର୍ଡ ଏଗଜାମ ପୂର୍ବରୁ ଟେଷ୍ଟ ରେଜଲ୍ଟ ମିଟିଂ ଥାଏ। ସେଦିନ ଫଳାଫଳ ଘୋଷଣା ହେଉଥିଲା। ଶ୍ରେଣୀ ରେ ସବୁବେଳେ ପ୍ରଥମ ଆସୁଥିବା ପିଲା ଆଜି ଦ୍ୱିତୀୟ ସ୍ଥାନ ରେ ଥିଲା । ଆଖିରେ ଆଖିଏ ଲୁହ, ମୁଣ୍ଡ ଆପେ ଆପେ ତଳକୁ ମାଡ଼ି ହୋଇ ଯାଉଥିଲା।କାଳେ କିଏ ଦେଖି ଦେବ ବୋଲି, ସମସ୍ତଙ୍କୁ ଆଢ଼ୁଆଳ କରି ଲୁହ କୁ ପୋଛି ଦେଉଥାଏ। ମିଟିଂ ସରିଲା ସମସ୍ତେ ବାହାରକୁ ବାହାରି ବାରେ ଲାଗିଲେ। ହଠାତ୍ ପଛରୁ ମୋ ନାଆଁ ର ଡାକ ଶୁଭିଲା। ପଛକୁ ବୁଲି ଦେଖେ ତ ମମତା ଦିଦି।
ହଁ ମମତା ଦିଦି ହେଉଛନ୍ତି ମୋ କ୍ଲାସ୍ ଟିଚର। ଆମ ଗମେଣ୍ଟ ସ୍କୁଲ ରେ ଟିଚର୍ ମାନଙ୍କୁ ଦିଦି ହିଁ ଡାକନ୍ତି। (ହଁ ମୁଁ ଗମେଣ୍ଟ ସ୍କୁଲ ରେ ପଢ଼ୁଥିଲି, କିନ୍ତୁ ଅଣ୍ଡା ଛତୁଆ ର ସୌଭାଗ୍ୟ ଆମକୁ ପ୍ରାପ୍ତ ନଥିଲା😂) ସେ ଯାହା ବି ହେଉ ଦିଦି ଆମର ଇଂଲିଶ ହିଁ ପଢାନ୍ତି। ଇଂଲିଶ ବିଷୟ ହେଉଛି ମୋ ଆଜନ୍ମ ଶତ୍ରୁ। କେଜାଣି କାହିଁକି ସେ ବିଷୟ ପ୍ରତି କୌଣସି ଆନ୍ତରିକତା ଆସେନି। କାରଣ ଟା ଇଂରେଜ ମାନଙ୍କ ଶାସନ,😂 ସେ କଥା ତ ନୁହେଁ କିନ୍ତୁ ହଜାର ଚେଷ୍ଟା ପରେ ବି ମୁଁ ମନେ ରଖି ପାରେନି ସେଇଟା ହିଁ ଅସୁବିଧା। ଯେହେତୁ ଇଂଲିଶ ମୋର ପସନ୍ଦ ନୁହେଁ ସେ କାରଣ ରୁ ସେ ବିଷୟ ସହ ଜଡ଼ିତ ଶିକ୍ଷକ ମାନେ ବି ମୋତେ ପସନ୍ଦ ନଥିଲେ।
ସ୍କୁଲ ଟା ଘର ଠାରୁ ପ୍ରାୟ ତିନି କିଲୋମିଟର ହେବ, ଘରୁ ପଖାଳ ଖାଇ , ତିନି କିଲୋମିଟର ରାସ୍ତାକୁ ୧୦ ମିନିଟ୍ ରେ ପହଞ୍ଚି ବାର ଟାର୍ଗେଟ ରଖି ସାଇକେଲ ଚଳେଇବାକୁ ହୁଏ,( କାରଣ ମୋ ସାଙ୍ଗ ର ବାହାରିବା ସବୁବେଳେ ଲେଟ) ସେଠୁ ସ୍କୁଲ ରେ ପଞ୍ଚିଲା ବେଳକୁ ପ୍ରେୟାର କ୍ଲାସ୍ ଅଧା, ସେଠି ପନିଶମେଣ୍ଟ ଲାଇନ ରେ ରହି , ପନିସମେଣ୍ଟ ପାଇ କ୍ଲାସ୍ ରୁମ ରେ ପଞ୍ଚିଲ ବେଳକୁ ପ୍ରଥମ କ୍ଲାସ୍ କଣ ? ନା ଇଂଲିଶ। ବାସ ମୋ ଦିନ ର ସତ୍ୟାନସ ହେଇ ଯାଏଁ। କ୍ଲାସ ଆରମ୍ଭ ହେବ ମାତ୍ରେ ହିଁ ମୋ ଆଖିରେ ନିଦ୍ରା ଦେବୀ ଙ୍କ ପ୍ରକଟ । ଆଉ ସବୁ ବେଳେ ଦିଦି ଙ୍କ ନଜର ରୁ ବଞ୍ଚିବା ମୋ ଦ୍ଵାର ସମ୍ଭବ ହୁଏ ନାହିଁ ତେଣୁ ଇଂଲିଶ ପିରିୟଡ଼ ରେ ଅଧିକାଂଶ ସମୟ ମୋର କାନ ଧରି ଛିଡ଼ା ହେବା ତ ଥାଏ। ଯେହେତୁ ଗାର୍ଲ୍ସ ସ୍କୁଲ ଥିଲା ସେଥି ପାଇଁ ବେଶୀ ଲାଜ ଲାଗେନି। କିନ୍ତୁ ସେ ଟିଚର ଙ୍କ ପ୍ରତି ଗୋଟେ ପ୍ରକାର ର ବିତୃଷ୍ନା ଭାବ ଆସି ସାରିଥିଲା।
ଆମେଥିଲୁ ଗମେଣ୍ଟ ସ୍କୁଲ ପିଲା, ଇଂଲିଶ ରେ ଯେଉଁ
ପ୍ରଗାଢ଼ ଜ୍ଞାନ।ସେଥିରେ ପୁଣି ସେ ସ୍ପୋକେନ ଇଂଲିଶ ରେ ପଢ଼ାଉଥିଲେ ଯାହା ସବୁ ପିଲା ଙ୍କ ମୁଣ୍ଡ ଉପର ଦେଇ ପଳାଉଥିଲା। ସେଥି ପାଇଁ କାହା କଥା ତ ଜାଣିନି କିନ୍ତୁ ମୋତେ ସେ ବିଲକୁଲ ପସନ୍ଦ ନଥିଲେ। କିନ୍ତୁ ତାଙ୍କ ନଜର ସବୁ ବେଳେ ମୋ ଉପରେ। କେଜାଣି କେଉଁ ଜନ୍ମ ର ଶତ୍ରୁତା ର ପ୍ରତିଶୋଧ ନେଉଥିଲେ।
ଆଜି କିନ୍ତୁ ତାଙ୍କ ଡାକ ଶୁଣି ବିଲକୁଲ ଯିବାକୁ ଇଚ୍ଛା ନଥିଲା। ମୁଡ୍ ଏମିତି ରେ ବି ଭଲ ନଥିଲା। ତାଙ୍କ ଗାଳି ଶୁଣି ବାର ତ ବିଲକୁଲ ବି ଇଚ୍ଛା ନଥିଲା। ତଥାପି ଯିବାକୁ ତ ହେବ ଭାବି ଗଲି। କହିଲେ ଟିକେ ମୋତେ ସ୍ଟାଫ କମନ୍ନ ରୁମ ରେ ଦେଖା କର। ମୁଁ ତା ନିଶ୍ଚିନ୍ତ ଥିଲି କି ଆଜି ବୋଧେ ମୋ ପାଇଁ କିଛି ସ୍ବତନ୍ତ୍ର ଗାଳି ର ବନ୍ଦୋବସ୍ତ ଅଛି। ତଥାପି ନିଜର ଭାରି ମନକୁ ନେଇ ପହଞ୍ଚି ଗଲି ତାଙ୍କ ପାଖରେ। ମୁଁହ ଶୁଖି ଯାଇଥାଏ। ସେ ରୁମ ରେ ତାଙ୍କ ମୋ ଛଡ଼ା କେହି ବି ନଥିଲେ। ହଠାତ୍ ସେ ମୋତେ ବହୁତ୍ ଜୋର୍ ରେ ନିଜ ବାହୁରେ ଜାବୁଡ଼ି ଧରିଲେ। ଆଉ କହିଲେ " a number can never define your talent "। ସତ ରେ ତାଙ୍କ ମୁହଁ ରୁ ଏ କଥା ଶୁଣି ମୁଁ ମୋ ନିଜ କୋହ କୁ ସମ୍ଭାଳି ପାରିଲିନି। ଆଖିରୁ ଲୁହ ଗୁଡ଼ା ଆପେ ଆପେ ଝରି ଯାଉଥାଏ। ମୋ ଲୁହ କୁ ପୋଛି କହିଲେ ,ମିଟିଂ ରେ ତୁମ ଆଖିର ଲୁହ କୁ ମୁଁ ଦେଖି ପାରିଥିଲି। କାରଣ ମୋ ନଜର ସବୁ ବେଳେ ତୁମ ଉପରେ। ସତରେ ମୁଁ ଆଶ୍ଚର୍ଯ୍ୟ ଥିଲି । ମିଟିଂ ରେ ୧୨୦ ପିଲା ବସିଥିଲେ ହେଲେ ଏତେ ପିଲା ଙ୍କ ଭିତରେ , ମୁଁ ଲୁଚେଇପୋଛି ଦେଉଥିବା ଲୁହ କୁ ସେ କେମିତି ଦେଖି ପାରିଲେ।
ପ୍ରଥମ ଥର ପାଇଁ ତାଙ୍କ ଭଲ ପାଇବାକୁ ଅନୁଭବ କରିପାରିଲି। ଆଉ ବୁଝି ବି ପାରିଲି ତାଙ୍କ ଭଲ ପାଇବା ମୋ ପାଇଁ ଆଜି ପ୍ରଥମ ଥର ନଥିଲା। ବାସ କିଛି ଲୋକ ଙ୍କ ଭଲ ପାଇବା ର ଶୈଳୀ ଅଲଗା ଅଲଗା ଥାଏ। ସମସ୍ତେ ନିଜ ଭଲ ପାଇବାକୁ ସବୁ ସମୟ ରେ ଦେଖେଇ ପାରନ୍ତି ନାହିଁ। ତା ମାନେ ନୁହେଁ କି ତାଙ୍କର ଆମ ପ୍ରତି ଯତ୍ନ, ବିଶ୍ୱାସ ଭଲ ପାଇବା ନ ଥାଏ। ସେ ବିଷୟ ପ୍ରତି ମୋ ଦୁର୍ବଳତା ଜାଣି ମଧ୍ୟ କେବେ ବି କୌଣସି ମୁହୂର୍ତ୍ତରେ ମୋ ହାତ ଛାଡ଼ି ନଥିଲେ।
ପରୀକ୍ଷା ସରିଲା ପରେ ଯେବେ ସାଟିଫିକେଟ ପାଇଁ ସ୍କୁଲ କୁ ଗଲି ସେବେ ବି ମୋ ସ୍ଥାନ ଦ୍ଵିତୀୟ ହି ଥିଲା। କିନ୍ତୁ ସେ ଦିନ ମୋ ଆଖିରେ ଆଉ ଲୁହ ନଥିଲା, ଆଉ ସେ ଦିନ ବି ସେ ସମାନ କଥା କହିଥିଲେ। ତାଙ୍କର ସେ ବିଶ୍ୱାସ ମୋ ଉପରେ ମୋ ଉପରେ ସେମିତି ଥିଲା। କାରଣ ସେ ମୋତେ ତାଙ୍କ ହୃଦୟ ରୁ ଆପଣେଇ ନେଇ ଥିଲେ।
ସେ ଦିନ ପର ଠାରୁ ଇଂଲିଶ ପ୍ରତି ମୋ ଧାରଣ ତ ପରିବର୍ତ୍ତନ ହେଲାଣି କିନ୍ତୁ ତାଙ୍କ ଠୁ ପାଇଥିବା ସେ ଜୀବନ ଦର୍ଶନ କୁ ନିହାତି ମୋ ଜୀବନ ରେ ଉପଯୋଗ କରିବାକୁ ଚେଷ୍ଟା କରେ।
ହୃଦୟ ରୁ ଆପଣେଇ ନେଇଥିବା ଲୋକ କୁ କେବେ ବି କୌଣସି ପରିସ୍ଥିତି ରେ ବି ତା ହାତ ଛାଡ଼ି ପାରେନି। ତା ପ୍ରତି ଥିବା ବିଶ୍ୱାସ କୁ କୌଣସି ମୁହୂର୍ତ୍ତ ରେ ଭାଙ୍ଗିବାକୁ ଚେଷ୍ଟା କରେନି।
Leave a Comment