ଭାକ୍ ମୁଁ ଚୁଲବୁଲି ନୁହେଁ

ଭାକ୍ ମୁଁ ଚୁଲବୁଲି ନୁହେଁ

   ସଂଗ୍ରହ: ଜିତୁ ହ୍ଵାଟ୍ସଆପ ଗ୍ରୁପ

   ସୌଜନ୍ୟ :-  ଆନିମେସସନ ଓଡିଶା


        ତା' ଘରଠୁ ଅଳ୍ପ ଦୂରରେ ତାକୁ ଛାଡ଼ି ଦେଲି । ସେ ଗଲାବେଳେ Bye ବି କହିଲାନି , ତାକୁ ମୁଁ ପଛରୁ ଡାକି ଏକା ନିଶ୍ୱାଶ ରେ କହିଦେଲି  oye, I love you , ସେ ଅଳ୍ପ ଟିକେ ଗମ୍ଭୀର ହୋଇ କହିଲା ।

       ମତେ ଭଲ ପାଇବା ଆଗରୁ ତୁମେ ପରିବାର କୁ ଜଣାଇବାର ଥିଲା । ନିଜକୁ ନିଜେ ପ୍ରଶ୍ନ ପଚାରିବାର ଥିଲା କି କଣ ପାଇଁ ଭିନ୍ନ ଜାତିର ଜଣେ ଝିଅକୁ ଭଲ ପାଇବ । ଏ ଦୁନିଆଁ ଗ୍ରହଣ କରିବତ । ଆଜି ମୁଁ ତୁମ କୁ ଯଦି ହଁ କହିଦେବି କିଛିଦିନ ପରେ ତୁମେ ମତେ ଠିକ୍ ଏଇ କଥା କହିବ କି ଆମ ପରିବାର ରାଜି ହେବେନି ,ତେଣୁ ଆଜିଠୁ  ଏମିତି କେବେ କହିବନି plz ,ଆମ ବନ୍ଧୁତା ହିଁ ଠିକ୍ ଅଛି । ଏତିକି କହି ସେ ସିଧା ଚାଲିଗଲା ତା ଘର ମୁହାଁ ହେଇ ତାର ଏପରୀ ଉକ୍ତି କୁ ମୁଁ ଏକ ପ୍ରକାର  ତାର ମୋ ଭଲ ପାଇବା ପ୍ରତି "ନାହିଁ" ର ଅଭାସ  ପାଇଲି ଆଉ ଭିଷଣ ଯନ୍ତ୍ରଣାରେ ସିଗାରେଟ୍ ଟେ ମୁହଁ ରେ ଲଗେଇ ଘରକୁ ଫେରିଲି ।

       ତା ସହ ଆଉ ସେହି ଦିନ ଠୁ କେବେବି କଥା ହୋଇନି , ସବୁଥିରେ ତାକୁ ମୁ block କରି ସାରିଥିଲି। ହେଲେ ମନରୁ Block କରିପାରୁନଥିଲି । 

        ୫ବର୍ଷ ବିତିଗଲାଣି ୟାଭିତରେ ମୋର Graduation ସରି  ମୁଁ  ଗୋଟେ pvt Bank ରେ job ବି ପାଇଗଲିଣି , ଘରର ଦାୟିତ୍ଵ ବୋଧ ମଧ୍ୟ ମୋ ଉପରେ ବଢ଼ି ଗଲାଣି ,ନିଜକୁ ନିଜେ ବହୁତ୍ ବୁଝେଇ ଖରାପ୍ ଅଭ୍ୟାସ ଠାରୁ ସବୁ ଦୂରେଇ ଗଲିଣି । ଘର ଲୋକ ମୋ ବାହାଘର ପାଇଁ ଝିଅ ଦେଖୁଛନ୍ତି । ମତେ WhatsApp ରେ ବିଭିନ୍ନ୍ୟ ଝିଅଙ୍କ photo ଦିଅନ୍ତି ପସନ୍ଦ କରିବାକୁ ମୁଁ ନଦେଖି ହଁ କରିଦିଏ । ତୁମର ଯାହା ପସନ୍ଦ ମୋର ବି । ମୋ ଭଉଣୀ ଚିଡ଼େଇ ଚିଡ଼େଇ କୁହେ । ଆରେ ଯଦି କାହାକୁ ଭଲ ପାଇଛୁ ତ କହ ସେଇଠି ପ୍ରସ୍ତାବ ପକେଇ ଦେବା , ମୁଁ ମନା କରେ  । ସେ ପୁଣିକହେ ଆଜି ମୋ ସାଙ୍ଗ ଆଦିତି ଆସିଛି । ତ photo ଦେଖି  ବହୁତ୍ ପସନ୍ଦ କରିଛି ତାକୁ ଦେଇଦେବି କି ତୋ number । ମୁଁ ମନା କରେ ଗୁମସୁମ୍ ହେଇ । 

        ତାର ଛୋଟ ଛୋଟ ଚଗଲାମି ବେଶି ମନେ ପଡ଼ୁଥିଲା , WhatsApp ରେ chatting କରୁକରୁ ସେ ଦେଇଥିବା  emoji ଆଉ sticker ସବୁ ଜୀବନ୍ତ ହେଇ ମତେ କେତେବେଳେ ପିଟୁଥିଲେ , କେବେ ଖତେଇ ହେଉଥିଲେ ,କେତେବେଳେ ମୁହଁ ମୋଡୁଥିଲେ ,କେବେ ମୁହଁ ନାଲି କରି ରାଗୁଥିଲେ ତ ଆଉ କେବେ ଆଖିମାରି ମୋ ଉପରେ ହସିବା ପରି ମନେ ହେଉଥିଲା । ମୋଟା ମୋଟି ଭାବେ ମୋ ମୁହଁରୁ ହସ ଲିଭି ସାରିଥିଲା ।

ଆଜି ମୋର ଚତୁର୍ଥୀ ରାତି । ୟା ଭିତରେ ମୋ ବାହାଘର ଯେ ହୋଇସାରିଲାଣି ମୋତେ କେମିତି କେମିତି ଲାଗୁଥିଲା । ହୃଦୟରେ ଆରବ୍ଧ  ଆରବ୍ଧ ଦୁଃଖକୁ  ଆଉ ସାଙ୍ଗମାନଙ୍କର ଆଶ୍ଵାସନା କୁ ନେଇ ମୁଁ room ଭିତରକୁ ଗଲି । ନିଜକୁ କାଠ ଗଣ୍ଡି  ଟିଏ ମନେ କରି ଖଟ ଉପରେ  ଥମ୍ କରି ବସି ପଡ଼ିଲି । ମୋ ବିଛଣାଟି ଖୁବ୍ ସୁନ୍ଦର ଦିଶୁଥିଲା ରକ୍ତ ଗୋଲାପ ରେ ସଜ୍ଜା ସଜ୍ଜି ହୋଇ , । ଏଇ ରକ୍ତ ଗୋଲାପ ହିଁ ବିଦ୍ୟାଶାର ଭାରି ପସନ୍ଦ , ତା ସ୍ମୃତି ଅଧିକ ମୋ ମନକୁ ଆନ୍ଦୋଳିତ କରୁଥିଲା । ରକ୍ତ ଗୋଲାପ ରଙ୍ଗରେ ଶାଢୀ ପିନ୍ଧି ମୋ ସ୍ତ୍ରୀ ଓଢଣୀ ଟାଣି ଚୁପ୍ ଚାପ୍ ବସିଥାଏ 

ତାକୁ ମୁଁ କେମିତି କଣ ପଚାରିବି  । ଆଉ କେମିତି କଥା ବାର୍ତ୍ତା ଆରମ୍ଭ କରିବି କିଛି ଭାବିପାରୁନଥିଲି । ଖାଲି ଏତିକି ପଚାରିଲି  ତୁମେ ତୁମ ଇଚ୍ଛା ରେ ମୋତେ  ଗ୍ରହଣ କରିଛ ତ ନାଁ ପରିବାର ଓ  ବନ୍ଧୁବାନ୍ଧବ ଙ୍କ ଚାପରେ ,!

ସେ ଧୀରେ ଧୀରେ ଓଢ଼ଣୀ ଭିତରୁ କହିଲା  ଯଦି କାହା ଚାପରେ କୁହେ ତ ଆପଣ କଣ ମୋତେ ଛାଡ଼ିଦେବେ କି । ହଁ ମୁଁ ମୋ ପରିବାର ଚାପ ରେ ହିଁ ବିବାହ କରିଛି । ଗୋଟେ ପୁଅକୁ ମୁଁ ଭଲ ପାଉଥିଲି । ହେଲେ ଘର ଲୋକେ ମତେ ଜବରଦସ୍ତ ଆପଣଙ୍କ ସହ ବିବାହ କରାଇଦେଲେ । ଯାହା ହେଲେ ବି ନାରୀ ସବୁବେଳେ ନାରୀ , ତାର ଇଚ୍ଛା ଅନିଚ୍ଛା  କ'ଣ ? ସମସ୍ତଙ୍କ ଖୁସିରେ ମୋ ଖୁସି ।


ମୁଁ ତାକୁ ପୁଣି ପଚାରିଲି । ଆଉ ସେ ପୁଅ ଟାକୁ ମାରିଦେଇ ଆସିଛ ନା ଜିଁ ଜିଁ   ମରିବାକୁ ଛାଡ଼ି ଦେଇ ଆସିଛ  । ସେ କହିଲା ନା ,ମୋ ପ୍ରତୀକ୍ ଏତେ ଦୁର୍ବଳ ନୁହେଁ ଯେ ମୁଁ ତାକୁ ଛାଡ଼ି ଦେଲି ବୋଲି ସେ ବଞ୍ଚି ପାରିବନି । ସେ ବହୁତ୍ ଧର୍ଯ୍ୟବାନ୍  । ତା କଥାରୁ ମୁଁ ଜାଣିବାକୁ ପାଇଲି  ଯେ ସେ ଭଲ ପାଇଥିବା ପିଲାର ନାଁ ଆଉ ମୋ ନାଁ ସମାନ  । ମୋ ମନରେ ଟିକେ ଟିକେ ସନ୍ଦେହ ଜାତ ହେଲା । ସେ ମତେ ପଚାରିଲା ତେବେ ଆପଣ କଣ କାହାକୁ ଭଲ ପାଉଥିଲେ? । ମୁଁ ଦୀର୍ଘ ନିଃଶ୍ୱାସ ଟିଏ ମାରି କହିଲି । ହଁ .... ସମାଜର କାଇଦା,କଟକଣା, ନିୟମ ,ଜାତି ,ଧର୍ମ , ବର୍ଣ୍ଣ,ଦୌଲତ ,ପରମ୍ପରାର  ସ୍ନିଗ୍ଧ ଶିକୁଳିରେ ବନ୍ଧା ଥିବା ଜଣେ ଝିଅକୁ । ଜଣେ ଚୁଲବୁଲିକୁ । ସେ ଧିରେଧିରେ ହସୁଥିଲା ଓଢ଼ଣୀ ଭିତରୁ ତା ହସ ମତେ ଚିହ୍ନା ଚିହ୍ନା ଲାଗିଲା । ମୁଁ ସିଧା ତା ଓଢ଼ଣୀ କୁ ଟେକି ଦେଲି ।


         ମୋ ଆଖି ସାମ୍ନାରେ ଥିଲା ସେଇ ଚୁଲବୁଲି । ନିଜ ଆଖିକୁ ବିଶ୍ୱାସ କରି ପାରିଲିନି । ସେ ଏବେ ଠିକ୍ ଆଗ  ଚୁଲବୁଲି ଙ୍କ ପରି  ଠୋ ଠୋ ହେଇ ହସୁଥିଲା । ମୁଁ  ଆଖିରେ ଆଖିଏ ଲୁହ ନେଇ ତାକୁ ଜୋରରେ ଆଲିଙ୍ଗନ କରୁଥିଲି । ୨ ମିନିଟ୍ ପରେ  ସବୁ ନିରବ  ନିଶ୍ଚଳ ଥିଲା । ତାଙ୍କୁ ପଚାରିଲି । ଏମିତି କେମିତି ହେଲା । ସେ କହିଲା  କି ତୁମ ଭଉଣୀ ରଶ୍ମି ଏସବୁ ଠିକ୍ କରିଛିତୁମ ଘର ଲୋକଙ୍କୁ ସେ ରାଜି କରେଇଛି । ଆମ ଘର ଲୋକଙ୍କୁ ମୁଁ ରାଜି କରେଇଲି ।


ସେଦିନ ତୁମେ ମତେ ଛାଡିକି ଆସିବା ପରେ block  କରି ରଖିଲ । କିଛି ଦିନ ପରେ ତୁମର exam ସରିଗଲା, ତାପରେ ତୁମେ କୁଆଡେ ହଜି ଗଲ । ଥରେ ବି call କି Msg କଲନାହିଁ । ମୁଁ ରଶ୍ମି ସହ ତୁମ ଘର କୁ ଥରେ ବୁଲିବା କୁ ଆସିଥିଲି I ତୁମର ମୋ ପ୍ରତି ଥିବା ଅଗାଢ ଭଲ ପାଇବାକୁ ମୁଁ ତୁମ ଘରୁ ତୁମ dairy ପଢ଼ି ବୁଝିପାରିଲି । ତାପରେ ତୁମ ଆଉ ମୋ କଥା ସବୁ ସତ ସତ ରଶ୍ମି କୁ କହିଦେଲି । ସେ ଘର ଲୋକଙ୍କୁ କହି ରାଜି କରେଇ  ଆମ ଘର ଲୋକଙ୍କ ସହ କଥା ହେଲେ। ତା ପରେ ଏ ବାହାଘର ।

     ସେତେବେଳେ ମୁଁ ନିଜକୁ ଦୁନିଆର ସବୁଠୁ ଭାଗ୍ୟବାନ ମଣିଷ ଭାବୁଥିଲି  ।କାରଣ ଯେଉଁ ଝିଅ ସହ ପ୍ରେମ ବିବାହ ଆସମ୍ଭବ ସେଇ ଝିଅ ସହ ଯଦି Arreng marriage ଯଦି  ହେବ ତାହେଲେ ତା ଠାରୁ ଭାଗ୍ୟବାନ ଆଉ କିଏ ଅଛି ।

     ମୋ room ବାହାରୁ ମୋ ଭଉଣୀ ହସି ହସି କହୁଥିଲା -ଭାଇ ମୋ ସାଙ୍ଗ ଆଦିତି ନମ୍ୱର ଦେବିକି । ତତେ ସେ ବହୁତ୍ ଭଲ ପାଉଛି ବେ।  ମୁଁ ତାକୁ କହିଲି ଭାକ.... ଯାଉଛୁ ନା ଏଇନେ ଦେଖିବୁ ।

     ମତେ ମୋ ଚୁଲବୁଲି ମିଳିଯାଇଛି ।

     ଚଣ୍ଡୀ କଉଠିକାର।  

     ସେ ଚୁଲବୁଲି ମୋ ନାକ କୁ ଟିକେ ଧୀରେ ଟାଣି ଦେଇ କହିଲା ଭାକ୍ ମୁଁ ଚୁଲବୁଲି ନୁହେଁ ।


    

 🌼🌻ସମାପ୍ତ 🌻🌼

No comments

ଫେସବୁକ ପ୍ରେମ

💝 ଫେସବୁକ ପ୍ରେମ ସଂଗ୍ରହ :✍️ସୂର୍ଯ୍ୟକାନ୍ତ ପୁହାଣ ସୌଜନ୍ୟ : ଆନିମେସନ ଓଡ଼ିଶା 

Powered by Blogger.